www.samajalive.in
Wednesday, December 10, 2025
26.1 C
Bhubaneswar

କବିତା ସଂକଳ୍ପ ‘ଆମ ବିଭବ’ ଉନ୍ମୋଚିତ

ବୌଦ୍ଧ: ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ କବି ତ୍ରିନାଥ ହୋତା ଓ କବୟିତ୍ରୀ କୃଷ୍ଣପ୍ରିୟା ହୋତାଙ୍କର ଲିଖିତ କବିତା ସଂକଳନ ‘ଆମ ବିଭବ’ ଉନ୍ମୋଚିତ ହୋଇଯାଇଛି । ଶିକ୍ଷକ ସୁଶାନ୍ତ ମହାପାତ୍ର ପୁସ୍ତକ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ଦେବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଉନ୍ମୋଚନ ସଭାରେ ନାଟ୍ୟକାର ହରିହର ପ୍ରଧାନ ସଭାପତିତ୍ୱ କରିଥିଲେ । ଉତ୍ସବରେ ଅତିଥି ଭାବରେ ଅଧ୍ୟାପକ ଡ. ସୌରଭ ରଞ୍ଜନ ଖମାରୀ ପୁସ୍ତକରେ ସ୍ଥାନୀତ ୬୭ଟି କବିତାର ବିଶ୍ଲେଷଣ କରିଥିଲେ ଏବଂ କାଳୀ କନ୍ୟା କବିତାଟି ଅନନ୍ୟା ବିଭବ ବୋଲି ପ୍ରକାଶ କରିଥିଲେ । କବି ଏବଂ କବୟିତ୍ରୀ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ । ଅନୀତା ରାଣୀ ହୋତା ଏବଂ ଦିଲ୍ଲୀପ ପଣ୍ଡା  କବିତା ଗୁଡିକ ଅତନ୍ତ୍ୟ ହୃଦୟସ୍ପର୍ଶୀ ହୋଇଥିବା ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁଧିର କୁମାର କର୍ଣ୍ଣ ‘ଆମ ବିଭବ’ ପୁସ୍ତକଟି ଅତ୍ୟନ୍ତ ଉପାଦେୟ ବୋଲି ମତବ୍ୟକ୍ତ କରିଥିଲେ । ପୁସ୍ତକ ପ୍ରକାଶନରେ ସହାୟତା କରିଥିବା ଅର୍ପିତା ପଣ୍ଡା ନିଜସ୍ୱ ଅନୁଭୂତି ପ୍ରକାଶ କରିଥିଲେ । ପୁସ୍ତକ ସମ୍ବନ୍ଧରେ ପ୍ରଦୀପ କୁମାର ସାହୁ, ସ୍ୱରୁପାରାଣୀ ପାଣିଗ୍ରାହୀ ନିଜ ନିଜର ମତ ରଖିଥିଲେ । ପୁସ୍ତକ ଉନ୍ମୋଚନ ସମୟରେ ଜିଲ୍ଲାର ବହୁ କବି ଓ କବିୟିତ୍ରୀ ଯୋଗ ଦେଇଥିଲେ । ଚିନ୍ମୟ ପ୍ରସାଦ ହୋତା ଓ ପ୍ରଣତି ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories