www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସହାୟକ ହେଉଛି ଟେଲିଫୋନ

ଦେବଗଡ : ଜିଲାରେ କରୋନା ସଂପର୍କରେ ଉପଯୁକ୍ତ ସଚେତନତା ସୃଷ୍ଟି ମାଧ୍ୟମରେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ଗତ ମାର୍ଚ୍ଚ ୨୧ ତାରିଖଠାରୁ ଜିଲା କାର୍ଯ୍ୟାଳୟଠାରେ ଖୋଲା ଯାଇଥିବା କୋଭିଡ-୧୯ କଲ ସେଣ୍ଟର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜିଲ୍ଲାଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଡେପୁଟି କଲେକ୍ଟରମାନଙ୍କ ପରିଚାଳନାରେ ୪ ଜଣ ସେକ୍ସନ ଅଫିସର ଏବଂ ୨୦ ଜଣ କର୍ମଚାରୀ ବର୍ତମାନ ୨ଟି ସିପ୍ଟରେ ସକାଳ ୧୦ଟାରୁ ପୂର୍ବାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। କଲ ସେଣ୍ଟରରେ ବ୍ୟବସ୍ଥା କରାଯାଇଥିବା ୧୦ଟି ଟେଲିଫୋନ ମାଧ୍ୟମରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ବାହାର ସ୍ଥାନରୁ ଆସି କ୍ୱାରେଣ୍ଟାଇନରେ ରହୁଥିବା ଲୋକମାନଙ୍କ ସହିତ ଯୋଗାଯୋଗ କରି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଏବଂ ଅନ୍ୟାନ୍ୟ ବିଷୟ ଉପରେ ତଥ୍ୟ ସଂଗ୍ରହ କରୁଛନ୍ତି।

ଏହା ବ୍ୟତୀତ ସେମାନେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ନୋଡାଲ ଅଧିକାରୀ, ଅଙ୍ଗନବାଡି କର୍ମୀ,ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ପଞ୍ଚାୟତସ୍ତରୀୟ ପ୍ରତିନିଧି,ସୟଂସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ସଦସ୍ୟ, ଗାଁ କଲ୍ୟାଣ ସମିତି ସଦସ୍ୟ, ଶିକ୍ଷକ, କୋଭିଡ ପରିଚାଳନା କମିଟିର ସଦସ୍ୟ. ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନଙ୍କୁ ଯୋଗାଯୋଗ କରି ସେମାନଙ୍କ ଅଞ୍ଚଳର କରୋନା ସମ୍ବନ୍ଧୀୟ ସ୍ଥିତି ଏବଂ ଲୋକମାନଙ୍କର ସାଧାରଣ ସ୍ୱାସ୍ଥ୍ୟବସ୍ଥା ଆଦି ବିଷୟ ଉପରେ ପଚାରି ତଥ୍ୟ ସଂଗ୍ରହ କରୁଛନ୍ତି। ଏହା ବ୍ୟତୀତ କୋଭିଡ ପୋଜିଟିଭ ଆକ୍ରାନ୍ତ ବ୍ୟକ୍ତିଙ୍କୁ କଲ ସେଣ୍ଟରରୁ ଯୋଗାଯୋଗ କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରୁ ସେମାନଙ୍କୁ ମିଳୁଥିବା ଚିକିତ୍ସା ଏବଂ ଖାଦ୍ୟପେୟ ବ୍ୟବସ୍ଥା ସଂପର୍କରେ ପଚରାଯିବା ସହିତ ତାଙ୍କର ପରିବାର ସଦସ୍ୟମାନଙ୍କୁ  ଯୋଗାଯୋଗ କରାଯାଇ ସେମାନଙ୍କୁ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା, ବିଷୟରେ ଅବଗତ କରାଯାଉଛି। ଏଥି ସହିତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଓ.ପି.ଡି.ଏବଂ ଔଷଧ ଦୋକାନଗୁଡିରୁ ତଥ୍ୟ ସଂଗ୍ରହ କରାଯାଇ ଥଣ୍ଡା,କାଶ ଓ ଜ୍ଜର ଇତ୍ୟାଦି ଲକ୍ଷଣଥିବା ବ୍ୟକ୍ତିମାନଙ୍କୁ ମ୍ମ ଯୋଗାଯୋଗ କରାଯାଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାଧାରଣ ଲୋକ କଲ ସେଣ୍ଟରକୁ ଫୋନ କରି ନିଜନିଜ ଅଞ୍ଚଳର କରୋନା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରୁଛନ୍ତି। ଜିଲ୍ଲାପାଳ ପ୍ରତ୍ୟେକ ଦିନ ସଂଧ୍ୟାରେ କଲ ସେଣ୍ଟରରେ ହସ୍ତଗତ ହୋଇଥିବା ସୂଚନାଗୁଡିକ ଉପରେ ଅନୁଧ୍ୟାନ କରୁଛନ୍ତି। ଏ ସମସ୍ତ ତଥ୍ୟଗୁଡିକ ଆଧାର କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

- Advertisement -

ସୁଚନାଯୋଗ୍ୟ ଯେ, ପୂର୍ବରୁ ୪ଟି ସିଫ୍ଟରେ ୪୦ ଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟକରୁଥିବା ଏହି କଲ ସେଣ୍ଟରର ବର୍ତମାନ ୨ଟି ସିଫ୍ଟରେ ୨୦ ଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଛି। ପ୍ରତ୍ୟେକ ଦିନ କଲ ସେଣ୍ଟରରୁ ପ୍ରାୟ ୧୦୦୦ଟି କଲ କରାଯାଉଛି। ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ଏହି କଲ ସେଣ୍ଟରରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ନିଷ୍ଠା ଓ ତତ୍ପରତା ଏବଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାଙ୍କ କର୍ତବ୍ୟ ପରାଣୟତା ବର୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସହାୟକ ହୋଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories