www.samajalive.in
Wednesday, December 10, 2025
26.1 C
Bhubaneswar

ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ନୀଳଗିରି : ବାଲିଗୋହିରୀ ଗ୍ରାମରେ ଥିବା ଏକ ପୋଖରୀରେ ଅଘଟଣ ଘଟିଛି । ଟିଉସନରୁ ଫେରିବା ସମୟରେ ଗାଧୋଇବାକୁ ଯାଇ ଦୁଇ ଜଣ ନାବାଳିକା ପ୍ରାଣ ହରାଇଛନ୍ତି । ସେମାନେ ହେଲେ ବସନ୍ତ ବେହେରାଙ୍କ ଝିଅ ବନଶ୍ରୀ, କାହାଳିଆ ଗ୍ରାମର ପରମେଶ୍ୱର ମହାରଣାଙ୍କ ଝିଅ ଜ୍ୟୋତିରେଖା ଓ ମନୋରଞ୍ଜନ ବାରିକଙ୍କ ଝିଅ ଈଶ୍ୱରୀ । ତିନି ଜଣ ସାଙ୍ଗ ପୋଖରୀରେ ଗାଧୋଉ ଥିବା ବେଳେ ପ୍ରଥମେ ବନଶ୍ରୀ ବୁଡ଼ିଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜ୍ୟୋତିରେଖା ଓ ଈଶ୍ୱରୀ ବୁଡ଼ି ଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକ ସମସ୍ତଙ୍କୁ ଉଦ୍ଧାର କରି ନୀଳଗିରି ମେଡ଼ିକାଲକୁ ଆଣିଥିଲେ । ହେଲେ ସେଠାରେ ଡ଼ାକ୍ତର ବନଶ୍ରୀ ଓ ଜ୍ୟୋତିରେଖାକୁ ମୃତ ବୋଲି ଘୋଷଣା କରିଥିଲେ । ଈଶ୍ୱରୀ ଜୀବିତ ଥିବାର ସୂଚନା ମିଳିଛି । ଜ୍ୟୋତିରେଖା ସପ୍ତମ ଶ୍ରେଣୀ , ଈଶ୍ୱରୀ ଓ ବନଶ୍ରୀ ଦଶମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡିଛି । ଏହି ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories