www.samajalive.in
Friday, December 5, 2025
23.1 C
Bhubaneswar

ପଞ୍ଜାବର ପୂର୍ବତନ ଡିଜିପି, ପତ୍ନୀଙ୍କ ବିରୋଧରେ ମାମଲା

ଚଣ୍ଡିଗଡ: ପୁଅର ସନ୍ଦେହଜନକ ମୃତ୍ୟୁକୁ ନେଇ ପିତା ତଥା ପଞ୍ଜାବର ପୂର୍ବତନ ପୁଲିସ ମହାନିର୍ଦେଶକ (ଡିଜିପି) ମହମ୍ମଦ ମୁସ୍ତାଫା ଓ ମା’ ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ରେଜିଆ ସୁଲତାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ହରିୟାଣାର ପଞ୍ଚକୁଲାରେ ମଙ୍ଗଳବାର (ଅକ୍ଟୋବର ୨୧)ରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ ମୁସ୍ତାଫାଙ୍କ ପୁତ୍ର ଅକିଲ ଅଖତର (୩୫)ଙ୍କର ଗୁରୁବାର (ଅକ୍ଟୋବର ୧୬)ରେ ମୃତ୍ୟୁ ହୋଇଥିଲା। ପଞ୍ଚକୁଲାର ସେକ୍ଟର-୪ସ୍ଥିତ ବାସଭବନରୁ ମୁସ୍ତାଫାଙ୍କ ମୃତଦେହ ଜବତ ହୋଇଥିଲା। ପୁଅର ମୃତ୍ୟୁ ସମ୍ପର୍କରେ ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ଶେଷକୃତ୍ୟ ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ପଞ୍ଚକୁଲା ଡିସିପି ସୃଷ୍ଟି ଗୁପ୍ତା କହିଛନ୍ତି ଯେ ପ୍ରାଥମିକ ଭାବେ ମୃତ୍ୟୁ ପଛରେ କୌଣସି ପ୍ରକାର ସନ୍ଦେହ ସୃଷ୍ଟି ହୋଇ ନଥିଲା। ତେବେ ଅକ୍ଟୋବର ୧୭ରେ ବିଭିନ୍ନ ସୋସିଆଲ ମିଡିଆରେ ଅଖତରଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଭିଡିଓ ଓ ପୋଷ୍ଟ ଦେଖିବାକୁ ମିଳିଥିଲା। ମୃତ୍ୟୁ ପୂର୍ବରୁ ଅଖତର ଏହି ସବୁ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ପିତାମାତା ଓ ପରିବାର ଲୋକଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଆଶଙ୍କା ବ୍ୟକ୍ତ କରିଥିଲେ। ଅଖତର ତାଙ୍କ ପୋଷ୍ଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ଓ ବାପାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଛି। ଏ

- Advertisement -

ହି ଭିଡିଓ ପୋଷ୍ଟ ପରେ ପଞ୍ଜାବ ମାଲେରକୋଟଲାର ସାମସୁଦ୍ଦିନ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଅଖତରକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଏତଲା ଦାୟର କରିଥିଲେ। ଏତଲା ଆଧାରରେ ଏମ୍‌ଡିସି ଥାନା ପୁଲିସ ବିଏନଏସ୍‌ର ଧାରା ୧୦୩(୧) ଓ ୬୧ ଅନୁଯାୟୀ ମାମଲା ରୁଜୁ କରିଛି। ପିତା ଓ ମାତାଙ୍କ ବ୍ୟତୀତ ଅଖତରର ଭଉଣୀ ଓ ପତ୍ନୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ପାଇଁ ଏସିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏସ୍‌ଆଇଟି ଗଠନ କରାଯାଇଛି। ଶବ ବ୍ୟବଚ୍ଛେଦର ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର ବାସ୍ତବ କାରଣ କ’ଣ ଜଣାପଡିବ ବୋଲି ପୁଲିସ କହିଛି। ତେବେ ବୋହୂ ସହ ଅନୈତିକ ସମ୍ପର୍କ ଅଭିଯୋଗକୁ ମୁସ୍ତାଫା ଖଣ୍ଡନ କରିଛନ୍ତି ା

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories