www.samajalive.in
Friday, December 5, 2025
23.1 C
Bhubaneswar

ବିହାର ବିଧାନସଭା ନିର୍ବାଚନ: ୬ ଆସନରେ କଂଗ୍ରେସ-ଆରଜେଡି ଲଢ଼େଇ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟ ଓ ଇଣ୍ଡି ମେଣ୍ଟରେ ବିଧିବଦ୍ଧ ଭାବେ ଆସନ ବୁଝାମଣା ହୋଇପାରି ନାହିଁ। ମେଣ୍ଟର ଅଂଶୀଦାର ଦଳଗୁଡିକ ନିଜ ପସନ୍ଦ ମୁତାବକ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଆରଜେଡି ସର୍ବାଧିକ ୧୪୩ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୬୧ଟି ଆସନରେ ପ୍ରାର୍ଥୀ ଦେଇଛି। ବାମଦଳ ସିପିଆଇ-ଏମଏଲ୍, ସିପିଆଇ ଓ ସିପିଏମ୍ ୩୦ଟି ଏବଂ ମୁକେଶ ସୈନିଙ୍କ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ୧୫ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ଏଥିରୁ ଜଣାପଡିଛି ଯେ ମହାମେଣ୍ଟର ପ୍ରାର୍ଥୀଙ୍କ ମଧ୍ୟରେ ୧୨ଟି ଆସନରେ ଲଢେଇ ହେବ। ଏପରି କି କଂଗ୍ରେସ ଓ ଆରଜେଡି ମଧ୍ୟରେ ୬ଟି ଆସନରେ ଲଢେଇ ହେବ ବୋଲି ଜଣାପଡିଛି। ସେହିପରି ସିପିଆଇ ଓ କଂଗ୍ରେସ ମଧ୍ୟରେ ୪ଟି ଆସନ ଓ ଭିଆଇପି ଓ ଆରଜେଡି ମଧ୍ୟରେ ୨ଟି ଆସନରେ ଲଢେଇ ହେବ। କଂଗ୍ରେସ ଓ ଆରଜେଡି ମଧ୍ୟରେ ଯେଉଁସବୁ ଆସନରେ ଲଢେଇ ହେବ ସେଗୁଡିକ ହେଲା ବୈଶାଳୀ, ସିକନ୍ଦ୍ରା, କହଲଗାଓଁ, ସୁଲତାନଗଞ୍ଜ, ନରକାଟିଆଗଞ୍ଜ ଓ ୱାରସାଲିଗଞ୍ଜ।

ସେହିପରି ବାମଦଳ ଓ କଂଗ୍ରେସ ମଧ୍ୟରେ ବଛୱାରା, ରାଜପାକର, ବିହାର ସରିଫ ଓ ଖରଘର ଆସନରେ ପ୍ରତ୍ୟକ୍ଷ ଲଢେଇ ହେବ। ଅକ୍ଟୋବର ୨୩ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ତେଣୁ ଏହି ତାରିଖ ପରେ ପ୍ରତିଦ୍ବନ୍ଦ୍ବିତା ଚୂଡାନ୍ତ ହେବ। ତେବେ ବଛୱାରା, ରାଜପାକର ଓ ବିହାର ସରିଫରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଥିବାରୁ ଏହାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଅତିକ୍ରାନ୍ତ ହୋଇସାରିଛି। ଏହି ନିର୍ବାଚନରେ ମହୁଆ ଆସନରେ ଆରଜେଡିକୁ ବଡ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡିବ। କାରଣ ଏହି ଆସନରେ ଲାଲୁ ପ୍ରସାଦ ଯାଦବଙ୍କ ତ୍ୟାଜ୍ୟ ପୁତ୍ର ତେଜ ପ୍ରତାପ ଯାଦବ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆରଜେଡି ପକ୍ଷରୁ ମୁକେଶ ରୌସାନଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି। ତେଜପ୍ରତାପ ଆରଜେଡିରୁ ବିତାଡିତ ହେବା ପରେ ଜନଶକ୍ତି ଜନତା ଦଳ ନାମରେ ନିଜର ଦଳ ଗଢି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ମହାମେଣ୍ଟରେ ଏପରି ଅବୁଝାମଣା ଯୋଗୁଁ ଶାସକ ଏନଡିଏ ଫାଇଦାରେ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories