www.samajalive.in
Monday, December 8, 2025
13.1 C
Bhubaneswar

କାନ୍ଧରେ ଅକ୍ସିଜେନ ସିଲିଣ୍ଡର, ଟ୍ରେ’ରେ ନବଜାତ ଶିଶୁ; ମିଳିଲାନି ଚିକିତ୍ସା ସୁବିଧା, ଜୀବନ ହାରିଲା ନବଜାତକ

ପାଟନା : ଡାକ୍ତରଖାନାରେ ରୋଗୀକୁ ଚିକିତ୍ସା ଦରକାର। ହେଲେ ଆମ ସ୍ବାସ୍ଥ୍ୟ ସେବାର ଏକ ନଗ୍ନ ଚିତ୍ର ବିହାରରେ ଦେଖିବାକୁ ମିଳିଛି। ବିହାରର ବକ୍ସର ଜିଲ୍ଲାର ସଦର ହସ୍ପିଟାଲରେ ବ୍ୟବସ୍ଥା ଏପରି ଯେ ରୋଗୀଙ୍କୁ ତାଙ୍କ ଜୀବନ ରକ୍ଷା କରିବା ପାଇଁ କାନ୍ଧରେ ଅକ୍ସିଜେନ୍ ସିଲିଣ୍ଡର ବୋହିବାକୁ ପଡୁଛି। ଏହା ହେଉଛି ବକ୍ସର ସଦର ହସ୍ପିଟାଲର କାହାଣୀ, ଯେଉଁଠାରେ ୨ଦିନ ତଳେ ଜନୈକ ଦମ୍ପତି ନିଜ ନବଜାତ ଶିଶୁର ଜୀବନ ରକ୍ଷା କରିବା ପାଇଁ କାନ୍ଧରେ ଅକ୍ସିଜେନ୍ ସିଲିଣ୍ଡର ଏବଂ ଏକ ଟ୍ରେ’ରେ ନିଜ ନବଜାତ ଶିଶୁକୁ ଧରି ଜଣଙ୍କ ପରେ ଜଣେ ଡାକ୍ତରଙ୍କୁ ଦେଖାଇବା ପାଇଁ ଘୁରି ବୁଲୁଥିଲେ। ଡାକ୍ତର ଏକ ଶଯ୍ୟା ନିକଟକୁ ଯାଇ ଶିଶୁକୁ ଦେଖିବା ଏବଂ ଉପଯୁକ୍ତ ଚିକିତ୍ସା କରିବାକୁ ହେୟଜ୍ଞାନ କଲେ। ଶେଷରେ, ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା।

ସୂଚନା ଯୋଗ୍ୟ, ରାଜପୁର ପୁଲିସ ଥାନା ଅଞ୍ଚଳର ସଖୁଆନା ଗାଁର ସୁମନ କୁମାରଙ୍କ ପତ୍ନୀ ଗର୍ଭବତୀ ଥିଲେ। ପରିବାର ଲୋକେ ତାଙ୍କୁ ଚୌସା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରମାନେ ଗୁରୁତର ସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ସଦର ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ପରିବାର ଲୋକେ ତାଙ୍କୁ ନେଇ ଏକ ଘରୋଇ କ୍ଲିନିକରେ ପହଞ୍ଚିଥିଲେ। ଯେଉଁଠାରେ ସେ ଏକ ସନ୍ତାନ ପ୍ରସବ କରିଥିଲେ। ତେବେ ପ୍ରସବ ପରେ ନବଜାତ ଶିଶୁର ଅବସ୍ଥା ଗୁରୁତର  ହୋଇପଡିଲା। ଏହା ଦେଖି ଡାକ୍ତର ତାଙ୍କୁ ସଦର ଡାକ୍ତରଖାନାକୁ ପଠାଇଲେ।

- Advertisement -

ଏହି ଘରୋଇ ଡାକ୍ତରଖାନା ପକ୍ଷରୁ ଅକ୍ସିଜେନ ସିଲିଣ୍ଡର ଲାଗିଥିବା ଅବସ୍ଥାରେ ଶିଶୁକୁ ସରକାରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ପରିବାର ସଦସ୍ୟ କହିଛନ୍ତି। ଶେଷରେ ନବଜାତ ଶିଶୁକୁ ନେଇ ଦମ୍ପତି ବକ୍ସର ଜିଲ୍ଲାର ସଦର ହସ୍ପିଟାଲକୁ ଯାଇଥିଲେ, ଯେଉଁଠାରେ ,ଭଳି ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ନବଜାତ ଶିଶୁର ମୃତ୍ୟୁ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଭିଲ ସର୍ଜନ ଡକ୍ଟର ଜିତେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories