ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ କିଆପଡ଼ା ଗ୍ରାମ କୁଚିଲାବେଡା ସାହିରେ ସୋମବାର କୂଅରେ ପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକଙ୍କ ନାମ କାଠିଆ ମୁଣ୍ଡା(୨୬)। ଧାନବିଡା ବୋହିବାକୁ ଯାଇଥିବା କାଠିଆ ମୁଣ୍ଡା ଅସାବଧାନତା ବସତଃ ପଡୋଶୀ ରାମଚନ୍ଦ୍ରଙ୍କ କୂଅରେ ପଡି ମୃତ୍ୟୁ ବରଣ କରିଥିବା କୁହାଯାଉଛି । ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପାଟଣା ଅଗ୍ନିଶମ ବିଭାଗ ସହାୟତାରେ ରାମଚନ୍ଦ୍ରଙ୍କ କୂଅରୁ କାଠିଆ ମୁଣ୍ଡାର ମୃତଦେହକୁ ଉଦ୍ଧାର କରିଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।
Popular Categories



