ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଶଙ୍ଖୁଆ ପଞ୍ଚାୟତର ଜରକିନାଳୀ ନିକଟରୁ ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ଜଣକ ଫୁଲପାହାଡି ଗ୍ରାମର ବାସିନ୍ଦା ଓ ସେ ମାନସିକ ବିକୃତ ଥିଲେ ବୋଲି କୁହାଯାଉଛି । ତେବେ ସେ କେଉଁ କାରଣରୁ ମୃତ୍ୟୁବରଣ କରିଛନ୍ତି ତାହାର କାରଣ ସ୍ପଷ୍ଟ ହୋଇନାହିଁ।

Comments are closed.