www.samajalive.in
Monday, December 8, 2025
14.1 C
Bhubaneswar

ଭଦ୍ରକର ପୂର୍ବତନ ଏସପି ଚିନ୍ତାମଣି ପଣ୍ଡାଙ୍କ ପରଲୋକ

ଭଦ୍ରକ: ଭଦ୍ରକର ପୂର୍ବତନ ଏସ.ପି. ଚିନ୍ତାମଣି ପଣ୍ଡାଙ୍କର ୬୮ବର୍ଷ ବୟସରେ ବାଲେଶ୍ୱରର ରେମୁଣା ସ୍ଥିତ ବାସଭବନରେ ହୃତଘାତରେ ଆଜି ପରଲୋକ ହୋଇଯାଇଛି। ସ୍ୱର୍ଗତ ପଣ୍ଡା ୧୯୭୫ମସିହାରେ ପୁଲିସ ବିଭାଗରେ ଯୋଗଦେଇ ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଭଦ୍ରକ ଆଦି ସ୍ଥାନରେ ବିଭିନ୍ନ ପଦ ପଦବୀରେ ରହି ବେଶ୍‍ ଲୋକପ୍ରିୟ ହୋଇଥିଲେ।

ବିଶେଷକରି ମୟୂରଭଞ୍ଜ ଜିଲ୍ଲାରେ ଲୋଧା ଏବଂ ମାଓ ଦମନରେ ସେ ସକ୍ରିୟ ଭୂମିକା ଗ୍ରହଣ କରି ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବା ସହିତ ଶ୍ରେଷ୍ଠ ଥାନା ଅଧିକାରୀ, ଶ୍ରେଷ୍ଠ ସର୍କଲ ଇନ୍ସିପେକ୍ଟର ଏବଂ ଶ୍ରେଷ୍ଠ ଏସ.ପି., ଡିଜିପି. ଡିସ୍କରେ ସମ୍ମାନୀତ ହୋଇଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ବିଭିନ୍ନ ସମୟରେ ପୁରସ୍କୃତ ହୋଇଥିଲେ।

- Advertisement -

ସୂଚନାଯୋଗ୍ୟ,ଓଡିଶା ପୋଲିସ ସେବାରେ ସେ ୪ଶହରୁ ଊର୍ଦ୍ଧ୍ବ ପୁରସ୍କାର ପାଇବା ସହ ଜଣେ କର୍ମଠ, ସଚ୍ଚୋଟ, ପରୋପକାରୀ ଏବଂ ବନ୍ଧୁବତ୍ସଳ ପୋଲିସ ଅଧିକାରୀ ଭାବେ ରାଜ୍ୟ ପୋଲିସ ମହଲରେ ବେଶ୍‍ ସୁନାମ ଅର୍ଜନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର ତଥା ଆକାଶବାଣୀ ସମ୍ବାଦ ପାଠକ ଡକ୍ଟର ଶୁଭେନ୍ଦୁ କୁମାର ପଣ୍ଡା, ପୁତ୍ରବଧୁ, ଝିଅଜ୍ୱାଇଁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories