www.samajalive.in
Monday, December 8, 2025
13.1 C
Bhubaneswar

ସନ୍ଦେହ ଜନକ ମୃତ୍ୟୁ ଘଟଣା : ଥାନାରୁ ଡାକ୍ତରଖାନା ଦୌଡି ଦୌଡି ମୃତକଙ୍କ ପରିବାର ହତାଶ

ପାଟଣା : ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ଦେଉଳିଆପଶି ଜଙ୍ଗଲରୁ ଗତ ଅକ୍ଟୋବର ୮ ତାରିଖ ସୁରେନ୍ଦ୍ରପୁର ଗ୍ରାମର ସୁନାରାମ ମୁଣ୍ଡାଙ୍କ ବିବାହିତ ପୁଅ ମାଧବ ମୁଣ୍ଡା (୨୭)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତୁରୁମୁଙ୍ଗା ପୁଲିସ ମୃତଦେହ ଉଦ୍ଧାର କରି ପାଟଣା ମେଡିକାଲକୁ ପଠାଇଥିବା ବେଳେ ସନ୍ଦେହରେ ଲଳିତ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ  ଥାନାକୁ ନେଇ ଆସିଥିଲେ । ଗତ ଅକ୍ଟୋବର ୭ ତାରିଖ ବୁଧବାର ମୃତ ମାଧବ ମୁଣ୍ଡା ଖଜିରାପାଟ ସାପ୍ତାହିକ ହାଟକୁ ଯାଇ ଘରକୁ ଫେରି ନଥିବା ବେଳେ ପରଦିନ ତାଙ୍କ ଶବ ଦେଉଳିଆପଶି ଗ୍ରାମ ଜଙ୍ଗଲରୁ ମିଳିଥିଲା । ଏନେଇ ମୃତକଙ୍କ ପିତା ସୁନାରାମ ମୁଣ୍ଡା ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମୃତକଙ୍କ ତଣ୍ଟିରୁ ରକ୍ତ ବାହାରି ଥିବାରୁ ତାଙ୍କ ପୁଅକୁ ତଣ୍ଟି ଚିପି ମରା ଯାଇଥିବା ଅଭିଯୋଗ ଆଣିଥିଲେ ।

ସୁନାରାମ ମୁଣ୍ଡାଙ୍କ ସୂଚନା ଅନୁଯାୟୀ ତାଙ୍କ ପୁଅ ହାଟରେ ହାଣ୍ଡିଆ ରସି ଭାଟିରେ ରସି ପିଉଥିବା ସମୟରେ ଲଳିତ ମୁଣ୍ଡା ତାହାର ହାତ ଧରି ମହୁଲି ମଦ ପିଇବାକୁ ଟାଣିଟାଣି ନେଇଥିବା ମୃତକଙ୍କର ନିଜ କାକା ଦେଖିଥିବା ପ୍ରକାଶ କରିବା ସହ ଲଳିତ ସେହିଦିନ ମୋ ପୁଅକୁ ମାରିଦେବ ବୋଲି ଧମକ ଦେଇଥିବାରୁ ତାଙ୍କୁ ଲଳିତ ହତ୍ୟା କରିଛି ବୋଲି ଅଭିଯୋଗ ଆଣିଥିଲେ । ତେବେ ଘଟଣାର ୨୧ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍ ହେପାଜତରେ ଥିବା ଲଳିତ ମୁଣ୍ଡାଙ୍କୁ କୋର୍ଟ ଚାଲାଣ କରାନଯିବା ଘଟଣାକୁ ନେଇ ସୁରେନ୍ଦ୍ରପୁର ଗ୍ରାମରେ ଅସନ୍ତୋଷ ସୃଷ୍ଟି ହୋଇଛି । ଗ୍ରାମବାସୀ ତୁରୁମୁଙ୍ଗା ଥାନାରେ ଏନେଇ  ଅଭିଯୋଗ କରିବା ସହ ଶବ ବ୍ୟବଚ୍ଛେଦ କରିଥିବା ପାଟଣା ଡାକ୍ତରଙ୍କୁ ମଧ୍ୟ ଗୁରୁବାର ଭେଟିଥିଲେ । ମୃତ୍ୟୁର ସଠିକ କାରଣ ବ୍ୟବଚ୍ଛେଦ ରିପୋର୍ଟରେ ନଥିବା ଓ ହୃଦଘାତରେ ମୃତ୍ୟୁ ହୋଇଥାଇପାରେ ବୋଲି ବ୍ୟବଚ୍ଛେଦ ରିପୋର୍ଟ ରେ ଉଲ୍ଲେଖ ଥିବାରୁ ପୁଲିସ ଅଡୁଆରେ ପଡିଛି । ସୁରେନ୍ଦ୍ରପୁର ଗ୍ରାମର ମୃତକଙ୍କ ପରିବାର ମଧ୍ୟ ନ୍ୟାୟ ପାଇପାରୁ ନଥିବା ଜଣାପଡ଼ିଛି । ହାଟକୁ ଯାଇଥିବା ଜଣେ ଯୁବକଙ୍କ ଶବ ଜଙ୍ଗଲରୁ ମିଳିଥିବାରୁ ପରିବାର ଲୋକେ ଅସ୍ପଷ୍ଟ ଶବ ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ପୁଲିସ ହେପାଜତରେ ଲଳିତ ମୁଣ୍ଡା ୨୧ ଦିନ ରହିବା ଘଟଣାରେ ତୁରୁମୁଙ୍ଗା ପୁଲିସର କାର୍ଯ୍ୟ ଦକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୁରେନ୍ଦ୍ରପୁର ଗ୍ରାମବାସୀ । ଆଜି ସୁରେନ୍ଦ୍ରପୁର ଗ୍ରାମର କିଛି ଲୋକ ପାଟଣା ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିବା ଡ଼ାକ୍ତରଙ୍କ ସହ ଅସ୍ପଷ୍ଟ ବ୍ୟବଚ୍ଛେଦ ରିପୋର୍ଟ ଦିଆଯିବାର କାରଣ ନେଇ ପଚରାଉଚରା କରିବାରୁ ଏଠାରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପାଟଣା ପୁଲିସ ତାଙ୍କୁ ବୁଝାସୁଝା କରି ଘରକୁ ପଠାଇ ଦେଇଥିବା ଜଣାପଡିଛି ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories