www.samajalive.in
Friday, November 14, 2025
25.1 C
Bhubaneswar

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ନୂଆ ପେ।ଖରୀ ହୁଡାରୁ କାର୍ତ୍ତିକ ପୂର୍ଣ୍ଣିମା ଅପରାହ୍ନରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେ।ଇଛି। ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଫାଣ୍ଡି ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତିଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଫାଣ୍ଡି ନିରୀକ୍ଷକ ମହାନ୍ତି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ତୁମୁଶିଙ୍ଗା ଥାନା ଅଳାବେରଣୀ ଗାଁର ଉମାଜୀ ନାୟକଙ୍କ ପୁଅ ଆକାଶ ନାୟକ(୨୩)। ଆକାଶଙ୍କ ମା’ ମାନସୀ ନାୟକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅକୁ ୬ ମାସ ତଳେ ଜଣେ ଯୁବତୀ ପ୍ରବର୍ତ୍ତାଇ କେଉଁଆଡେ ନେଇଯାଇଥିଲେ। ପରିବାର ଲୋକେ ଖେ।ଜାଖେ।ଜି କରି ପାଉ ନ ଥିଲେ। ବୁଧବାର ଉକ୍ତ ଯୁବତୀଙ୍କ ବାପା ନୟାଗଡ଼ ଜିଲ୍ଲା ରାଜ ସୁନାଖଳା ଫାଣ୍ଡି ଅଞ୍ଚଳରେ ଆକାଶ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା କହିଥିଲେ। ପରିବାର ଲୋକ ଫାଣ୍ଡିରେ ପହଞ୍ଚି ପୁଅ ମୃତ୍ୟୁ ପାଇଁ ଉକ୍ତ ଯୁବତୀ ଏବଂ ତାଙ୍କ ପରିବାର ବିରୋଧରେ ଅଭିଯୋଗକରିଥିବା ଜଣାପଡିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ନିରୀକ୍ଷକ ମହାନ୍ତି କହିଛନ୍ତି।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories