www.samajalive.in
Saturday, December 13, 2025
26.1 C
Bhubaneswar

ଦାଦନ ଖଟିବାକୁ ଯାଇଥିଲେ, ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହେଲା ମୃତଦେହ

ଲାଞ୍ଜିଗଡ: ପେଟ ପୋଷିବାକୁ କାମ ଧନ୍ଦା କରିବାକୁ ଘର ଛାଡ଼ି ବର୍ଷକ ତଳେ ଦାଦନ ଖଟିବାକୁ ଯାଇଥିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କିଡିଙ୍ଗ ଗାଁର ବୃହସ୍ପତି ଶବର (୨୮)। ଗୁଜରାଟ ରାଜ୍ୟର ଦ୍ଵାରିକା ନିକଟରେ ଏକ ନିର୍ମାଣାଧୀନ ପ୍ରକଳ୍ପରେ ସେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଦ୍ଵାରିକା ରେଳ ଷ୍ଟେସନ ନିକଟ ରେଳ ଧାରଣା ଉପରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୁଲିସ। ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶନିବାର ଦିନ ମୃତଦେହ ବ୍ୟବଚ୍ଛେଦ ପରେ ଶବାଗାରରେ ଶବ ସଂରକ୍ଷିତ ରଖାଯାଇଛି। ପରିବାର ଲୋକେ ଅର୍ଥାଭାବ ଯୋଗୁ ସେଠାରୁ ମୃତଦେହ ଆଣି ଗାଁରେ ଦାହ ସଂସ୍କାର କରିବାକୁ ସକ୍ଷମ ନୁହଁନ୍ତି।

ଅପରପକ୍ଷରେ ପରିବାର ଲୋକଙ୍କ ଜିମାରେ ମୃତଦେହ ହସ୍ତାନ୍ତର କରିବା କିମ୍ବା ସେମାନଙ୍କ ଉପସ୍ଥିତିରେ ଶବ ସଂସ୍କାର କରାଯିବାକୁ ସେଠାକାର ପୁଲିସ ଅପେକ୍ଷା କରିଛି। ଏଥିଯୋଗୁ କାମ କରାଉଥିବା ଠିକାଦାର ବି ଅଡୁଆରେ ପଡିଛନ୍ତି। ଦ୍ୱାରିକାସ୍ଥିତ ଶବଗୃହରେ ଆଜିକୁ ତିନିଦିନ ହେଲା ମୃତଦେହ ପଡ଼ି ରହିଥିବାବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହିତ ସମ୍ମାନର ସହିତ ଶବ ସଂସ୍କାର ଓ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories