ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୂକ୍ତାପୂର ପଞ୍ଚାୟତ ଡଳଙ୍ଗପାଣି ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ପୁଅ ବ୍ରହ୍ମାନନ୍ଦ ନାୟକ(୨୫) ଗତ ୮ ଦିନ ହେଲା ଘରୁ ନିଖୋଜ ଥିବା ବେଳେ ଆଜି ସକାଳୁ ଢେଙ୍କିକୋଟ – ସାନ୍ତରାପୂର ଗ୍ରାମର ଡଙ୍ଗାଧାର ନାଳ କୂଳରେ ଥିବା ଏକ ଜାମୁ ଗଛରୁ ବ୍ରହ୍ମାନନ୍ଦଙ୍କ ଝୁଲନ୍ତା ମୃତଦେହ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ପଠାଇଛନ୍ତି। ତେବେ ଝୁଲନ୍ତା ମୃତଦେହ ମୁହଁରେ କାଦୁଅ ବୋଳା ଯାଇଥିବା ଦେଖାଯାଇଥିଲା। ପାରିପାର୍ଶିକ ଘଟଣାରୁ ଯୁବକ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଜଣାପଡିଛି। ଶବ ବ୍ୟବଚ୍ଛେଦ ସୂଚନା ଆଧାରରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଆରକ୍ଷୀ ସୂଚନା ଦେଇଛନ୍ତି।
Popular Categories



