ଭବାନିପାଟଣା : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ର କାଣୀଗୁମ ପଞ୍ଚାୟତ ଅନ୍ତର୍ଗତ ଟେଭା ମହୁଲ ଗାଁରେ ହାତୀ ଦଳି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ପଞ୍ଚୁ ମାଝୀ (୪୮) ଗୁରୁବାର ରାତିରେ ଗାଁ ପାଖ ଧରଣୀ ଭଟାକୁ ଆମ୍ବ ଗୋଟେଇବା ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ଏକ ଦନ୍ତା ହାତୀ ଦଳି ଦେଇଥିଲା। ଉପସ୍ଥିତ ଲୋକେ ହାତୀକୁ ଘଉଡେଇ ପଞ୍ଚୁ ମାଝୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ମୃତକଙ୍କ ପୁଅ ବନ ବିଭାଗକୁ ଖବର ଦେବା ସହ ଥାନାରେ ଅଭିଯୋଗ କରିଛନ୍ତି।
Popular Categories



