ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗୋପାଳପୁର ଅନ୍ତର୍ଗତ ପାତ୍ରପାଲି ଗ୍ରାମରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ମହୁଲ ଗୋଟାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା କଥା ଜଣାପଡ଼ିଛି। ସୂଚନା ଯୋଗ୍ୟ, ବ୍ୟକ୍ତି ଜଣକ ପ୍ରାୟ ପ୍ରତ୍ୟେକ ଦିନ ଗ୍ରାମ ପାଖରେ ଥିବା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଆନ୍ତି। ମାତ୍ର ଆଜି ମହୁଲ ଆଣିବାକୁ ଯାଇ ହାତୀଙ୍କ ସମ୍ମୁଖରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବା ସହ ଦଳି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ଏବଂ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



