ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନାମାଙ୍କନପତ୍ର ଦାଖଲ ସମୟରେ ନିବାଚନୀ ସତ୍ୟପାଠରେ ତଥ୍ୟ ଲଚୁାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏ ନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି। ଶାହଙ୍କ ନାମାଙ୍କନକୁ ନାକଚ କରିବା ସହ ନିର୍ବାଚନ ଲଢ଼ିବାକୁ ସେ ଅଯୋଗ୍ୟ ବୋଲି ଘୋଷଣା କରିବାକୁ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛି।
ସୂଚନାଯୋଗ୍ୟ, ଗୁଜରାଟର ଗାନ୍ଧୀନଗର ଲୋକସଭା ଆସନରୁ ଶାହ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିନ୍ତୁ ଶାହ ଗାନ୍ଧୀନଗରରେ ଥିବା ତାଙ୍କର ଏକ ପ୍ଲଟ୍ର ମୂଲ୍ୟ କମ୍ ଦର୍ଶାଇଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ପ୍ରାର୍ଥୀ ସି. ଜେ. ଚାୱଡା ଶାହଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛନ୍ତି। ତେବେ ଜିଲା ନିର୍ବାଚନ ଅଧିକାରୀ ଚାୱଡାଙ୍କ ଅଭିଯୋଗକୁ ଖାରଜ କରିଦେଇଛନ୍ତି।



