www.samajalive.in
Thursday, December 11, 2025
15.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରାଯାଉ-ପଦ୍ମଶ୍ରୀ ତୁଳସୀ

କେନ୍ଦୁଝରଗଡ : ଓଡିଶା ସରକାରଙ୍କ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ତିନିଦିନିଆ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଓଏସ୍‍ଡି ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା ଉଦଯାପନୀ ସମାରୋହରେ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଅନଗ୍ରସର ମଣିଷ ପାଇଁ ଆଜୀବନ ସେବା କରିବି ବୋଲି କହିବା ସହ କେନ୍ଦୁଝରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ଜିଲାପରିଷଦ ମୁଖ୍ୟଅ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାତୃଭାଷା ବିନା କେଉଁ ଜାତି ଆଗକୁ ବଢିପାରେ ନାହିଁ ବୋଲି ଛାତ୍ରଛାତ୍ରୀଙ୍କୁ ମାତୃଭାଷା ପ୍ରତି ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସତ୍ୟବ୍ରତ ମିଶ୍ର ଶବ୍ଦତୀର୍ଥରୁ ଅନେକ ଶିକ୍ଷା ଓ ପ୍ରେରଣା ମିଳିଛି ବୋଲି ପ୍ରକାଶ କରିଥିଲେ।

- Advertisement -

ଉଦଯାପନୀ ସଭା ପ୍ରାରମ୍ଭରେ କୁଳସଚିବ ନରେନ୍ଦ୍ର କୁମାର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ମିଳନୀର ସଂଯୋଜକ ସୁଧାକର ଦାଶ ଅତିଥି ପରିଚୟ ଏବଂ ବିବରଣୀ ଉପସ୍ଥାପନ କରିଥିଲେ। ଜିଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଆନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗିମାନଙ୍କୁ ସ୍ମୃତିଫଳକ ଓ ମାନପତ୍ର ପ୍ରଦାନ କରି ଅଭିନନ୍ଦିତ କରାଯାଇଥିଲା। ଶେଷରେ ଅଧ୍ୟାପିକା ଶୁଭସ୍ମିତା ଦାଶ ଶବ୍ଦତୀର୍ଥର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‍ଯାପନୀ ସମାରୋହ ଆରମ୍ଭ ହୋଇଥିଲା ଓଡ଼ିଆ ଗଳ୍ପଧାରା ଓ ଜନଜାତି ସଂସ୍କୃତି ଶୀର୍ଷକ ଗଳ୍ପ ପରିଚର୍ଚ୍ଚା ମାଧ୍ୟମରେ । ଅତିଥି ଆଲୋଚକ ଭାବେ ଯୋଗ ଦେଇଥିଲେ ଓଡିଆ ଗାଳ୍ପିକ ଆଶିଷ ଗଡନାୟକ ଓ କଥାକାର ଡ. ଅନୀଲ କୁମାର ଦାସ।

ଏହି ପରିଚର୍ଚ୍ଚାର ସଭାପତିତ୍ୱ କରିଥିଲେ ଡ. ସୁମନ୍ତ୍ର ନାଏକ। ସଂଚାଳିକା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ସଂସ୍କୃତ ଅଧ୍ୟାପିକା ଅରୁନ୍ଧତୀ ଓଝା। ଦ୍ୱିତୀୟ ଅଧିବେସନରେ ଓଡିଶାର ଲୋକନୃତ୍ୟ ଓ କେନ୍ଦୁଝରର ସ୍ୱତନ୍ତ୍ରତା ପ୍ରସଙ୍ଗ ଉପରେ ଅତିଥି ଆଲୋଚକ ଡ. ହରିଶ୍ ଚନ୍ଦ୍ର ବାରିକ ଜନଜାତି ଗବେଷକ ନିଳାଦ୍ରୀ ବିହାରୀ ମିଶ୍ର। ଲୋକଧାରା ପରିଚର୍ଚ୍ଚାର ସଭାପତିତ୍ୱ କରିଥିଲେ ଓଡ଼ିଆ ଅଧ୍ୟାପକ ଡ. ଅନିରୁଦ୍ଧ ବିଶ୍ୱାଳ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories