www.samajalive.in
Sunday, December 7, 2025
18.1 C
Bhubaneswar

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ବର: ଭାରତ ସରକାରଙ୍କ ଦ୍ବାରା ଆୟୋଜିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଓ ୨ ନିର୍ଦେଶକ ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ଜାତୀୟ ପୁରସ୍କାର ମିଳିଥିବାବେଳେ ନିର୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ  ହୋଇଛନ୍ତି। ଏହି ପୁରସ୍କାର ସହିତ ଓଡିଆ ଚଳଚ୍ଚିତ୍ର ଇତିହାସରେ ଯୋଡି ହୋଇଛି ଆଉ ଏକ ପୃଷ୍ଠା । ଓଡିଶାରେ ଥିବା ଅନେକ ଯୁବ ପ୍ରତିଭା ଓ ଯୁବ ନିର୍ଦ୍ଦେଶକଙ୍କୁ ଏହା ପ୍ରେରଣା ଦେବା ସହିତ ନୂଆ କିଛି କାମ କରିବାକୁ ମାର୍ଗ ଦେଖାଇବ ବୋଲି ଆଶା  କରାଯାଉଛି।

- Advertisement -

ବଡ ପରଦାରେ ଓଡିଆ ଫିଲ୍ମ ପୂର୍ବରୁ ଆଶାନୁରୂପ ବ୍ୟବସାୟ କରିପାରୁଥିଲା।  କିଛି ଭିନ୍ନ ସ୍ବାଦର ଫିଲ୍ମ ଦେଖିବାକୁ ମନ ବଳାଉଥିଲେ ଦର୍ଶକ।   ଏହି ଇଚ୍ଛାକୁ ପୂରଣ କରିଥିଲା ବାବୁଶାନ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’। ନିଚ୍ଛକ ସତ୍ୟ କାହାଣୀକୁ ବଡ ପରଦାରେ ଦର୍ଶାଇଥିଲେ କାହାଣୀର ଲେଖକ ଓ ନିର୍ଦ୍ଦେଶକ ବିଶାଲ ମୋର୍ଯ୍ୟା ଓ ଦେବୀ ପ୍ରସାଦ ଲେଙ୍କା। ଏହି ଚଳଚ୍ଚିତ୍ରର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ।

ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଥିଲା । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ିଥିଲା, ତାହା ଦେଖିବାକୁ ମିଳିଥିଲା ଓଡ଼ିଆ ଚଳଚ୍ଚିତ୍ର ଦମନ ମାଧ୍ୟମରେ। ସାଧାରଣ ଭାବରେ କହିବାକୁ ଗଲେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆର ନିରାକରଣ ବିଷୟବସ୍ତୁକୁ ନେଇ ମୂଳ କାହଣୀ ରଖାଯାଇଥିଲା।

୨୦୨୨ ମସିହାରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହେବା ସହିତ ପୁଣିଥରେ ଓଡିଆ ଦର୍ଶକେ ସିନେମା ହଲ ମୁହାଁ ହୋଇଥିଲେ । ଚଳଚ୍ଚିତ୍ରରେ ବାବୁଶାନଙ୍କ ଜୀବନ୍ତ ଅଭିନୟ ସମସ୍ତଙ୍କ ମନ ଜିତିଥିଲା ଓ ଫିଲ୍ମକୁ ମିଳିଥିଲା ଅନେକ ପ୍ରଶଂସା । ତେବେ ଏହି ଫିଲ୍ମ ନାଁ ରେ ଯୋଡି ହୋଇଛି ଆଉ ଏକ ଟାଇଟିଲ । ଓଡ଼ିଆ ଫିଲ୍ମ ‘ଦମନ’କୁ ନେଇ ଆସିଛି ବଡ ଖବର । ଭାରତ ସରକାରଙ୍କ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଉତ୍ସବରେ ‘ଦମନ’ ହାତେଇଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରର ଟ୍ୟାଗ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories