www.samajalive.in
Saturday, December 6, 2025
26.1 C
Bhubaneswar

ଦଲାଇ ଲାମା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବିଶିଷ୍ଟ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଛାତିରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ମଙ୍ଗଳବାର ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ମଧ୍ୟ ଦଲାଇ ଲାମା ଦିଲ୍ଲୀ ଆସି ନିଜର ଚିକିତ୍ସା କରାଇଥିଲେ। କୁହାଯାଉଛି ଯେ, ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତରମାନେ ତାଙ୍କର କିଛି ପରୀକ୍ଷା କରିଛନ୍ତି, ଯାହାର ରିପୋର୍ଟ ଭଲ ଥିବା ସୂଚନା ମିଳିଛି।

ଦଲାଇ ଲାମାଙ୍କ ବ୍ୟକ୍ତିଗତ ସଚିବ ତେନଜିନ ଟକଲା କହିଛନ୍ତି ଯେ, ମଙ୍ଗଳବାର ଧର୍ମଗୁରୁଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨/୩ ଦିନ ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେବ।

- Advertisement -

ସୂଚନାଯୋଗ୍ୟ, କିଛିଦିନ ତଳେ ଦଲାଇ ଲାମା ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ନିଜର ବୟସ ବୃଦ୍ଧି ଏବଂ ପୂର୍ବଜନ୍ମ ବିଷୟରେ କହିଥିଲେ। ଏକ ସାକ୍ଷାତକାର ଅବସରରେ ସେ କହିଥିଲେ ଯେ, ତାଙ୍କର ଆଗାମୀ ଅବତାର ଭାରତରେ ହୋଇପାରେ। ନିଜ ଉତ୍ତରାଧିକାରୀଙ୍କ ବିଷୟରେ ମତ ଦେଇ ଦଲାଇ ଲାମା କହିଥିଲେ ଯେ ସେ ୧୯୫୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ବର୍ଷ ଧରି ଭାରତରେ ନିର୍ବାସିତ ଜୀବନ ବିତାଉଛନ୍ତି। ତେଣୁ ଚୀନ ଦ୍ବାରା ଯଦି ତାଙ୍କ ଉତ୍ତରାଧିକାରୀ ଭାବେ କାହାକୁ ଘୋଷଣା କରାଯାଏ ତା’ହେଲେ ତାଙ୍କୁ ସମ୍ମାନ ନ ଦେବାକୁ ସେ ଘୋଷଣା କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories