www.samajalive.in
Saturday, December 6, 2025
15.1 C
Bhubaneswar

ପୁଣି ରାଜ୍ୟରେ ବଢିଲା ଦୈନିକ ସଂକ୍ରମଣ ହାର; ଦିନକରେ ଚିହ୍ନଟ ହେଲେ ୧୦,୯୮୨ ନୂଆ ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୫୩୯

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାରର ସାମାନ୍ୟ ତଳକୁ ହ୍ରାସପାଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ତାହା ୧୦ ହଜାର ଟପିଛି। ଗୋଟିଏ ଦିନରେ ରାଜ୍ୟରେ ୧୦, ୯୮୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୩୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ରାଜ୍ୟରେ ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୨୨୩୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଲେଣି।
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡରୁ ୯୬୪, କଟକ ୮୮୫, ଅନୁଗୁଳ ୫୩୯, ସମ୍ବଲପୁର ୪୫୪, ବରଗଡ ୪୩୧, ବଲାଙ୍ଗୀରରୁ ୪୨୬ ଆକ୍ରାନ୍ତ ରହିଛନ୍ତି। ସେହିଭଳି ପୁରୀରୁ ୩୯୮, ଝାରସୁଗୁଡା ୩୮୦, ନୂଆପଡା ୩୭୮, କଳାହାଣ୍ଡି ୩୭୦, ଯାଜପୁର ୩୪୯, ନବରଙ୍ଗପୁରରୁ ୩୩୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୩୩୨, ବାଲେଶ୍ୱର ୩୦୩, କେନ୍ଦୁଝର ୨୫୩, ମୟୁରଭଞ୍ଜ ୨୩୯, ଜଗତସିଂହପୁର ୨୩୨, ଭଦ୍ରକ ୨୩୧, ସୁବର୍ଣ୍ଣପୁର ୨୧୫, ରାୟଗଡା ୨୧୬, କୋରାପୁଟ ୧୯୫, ନୟାଗଡ ୧୯୨, ଢେଙ୍କାନାଳ ୧୮୯, ବଉଦ ୧୮୦, ଗଞ୍ଜାମ ୧୭୭, କେନ୍ଦ୍ରାପଡା ୧୪୧, କନ୍ଧମାଳ ୧୩୪, ଦେବଗଡ ୧୨୭, ଗଜପତି ୧୧୧, ମାଲକାନଗିରିରୁ ୭୧ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮କୁ ବୃଦ୍ଧିପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories