ପେଟ୍ରୋଲପମ୍ପ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା ମାରୱାଡି ଯୁବ ମଞ୍ଚ
ବୌଦ୍ଧ : ବୌଦ୍ଧ ସହରର ବିଶିଷ୍ଟ ବ୍ୟବସାୟୀ ତଥା ଆଇନଜୀବୀ ନଟବର ଅଗ୍ରୱାଲାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମାରୱାଡି ଯୁବ ମଞ୍ଚ ପକ୍ଷରୁ ଦାବୀ କରାଯାଇଛି । ଅଖିଳ ଭାରତୀୟ ମାରୱାଡି ଯୁବ ମଞ୍ଚ ବୌଦ୍ଧ ଶାଖାର ଏକ ପ୍ରତିନିଧି ଦଳ ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି ରବିନ୍ଦ୍ର କୁମାର ରାଉତଙ୍କୁ ଦେଖାକରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଆକ୍ରମଣ ଘଟଣାର ୬ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ମୁଖ୍ୟ ଆସାମୀ ସହିତ ଅନ୍ୟ ଆସାମୀମାନେ ଗିରଫ ହୋଇପାରିନାହାନ୍ତି । ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୂର୍ବରୁ ଜିଲା ଓକିଲ ସଂଘ ସଭାପତି ତାରେଣି କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲା ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଗତ ୧୮ ତାରିଖ ଦିନ ଅଜଣା ଦୁର୍ବୃତ୍ତମାନେ ଦାଦା ବଟି ମାଗିବାସହ ତାଙ୍କର ଗମ୍ଭାରୀପଦରସ୍ଥିତ ପେଟ୍ରୋଲପମ୍ପ ସମ୍ମୁଖରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଦିନକ ପରେ ଶ୍ରୀଅଗ୍ରୱାଲାଙ୍କ ଚେତା ଫେରିବାପରେ ୧୯ ତାରିଖ ଦିନ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ରଫିକ ଖାଁଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଏବେ ମଧ୍ୟ ଫେରାର ଥିବା ଜଣାପଡିଛି। ଅନ୍ୟପଟେ ଆଇନଜିବୀ ଜଣକ ଗୁରୁତର ହେବା ସହ ଚିିକିତ୍ସା ପାଇଁ ଭୁବନେଶ୍ୱରର ଏକ ବେସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୁଣ୍ଡରେ ଗଭୀର କ୍ଷତ ଯୋଗୁଁ ତାଙ୍କର ମସ୍ତିଷ୍କରେ ଅସ୍ତ୍ରପୋଚାର କରାଯିବ ବୋଲି ଜଣାପଡିବାପରେ ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଯଦି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକରେ ତେବେ ଆଗାମୀ ଦିନରେ ଓକିଲ ସଂଘ ପକ୍ଷରୁ ବୌଦ୍ଧ ବନ୍ଦ ଡାକରା ଦିଆଯିବ ବୋଲି ସୂଚନା ଦିଆଯାଇଛିି।
ଅଖିଳ ଭାରତୀୟ ମାରୱାଡି ଯୁବ ମଂଚ ବୌଦ୍ଧ ଶାଖାର ଏକ ପ୍ରତିନିଧି ଦଳ ସଭାପତି ଅଙ୍କିତ କୁମାର ଅଗ୍ରୱାଲାଙ୍କ ନେତୃତ୍ୱରେ ଦାବୀପତ୍ର ପ୍ରଦାନ କରିଥିବା ବେଳେ ସନ୍ଥ କୁମାର ଅଗ୍ରୱାଲା, ସିଏ ସୁନ୍ଦର ପ୍ରକାଶ, ଆଇନଜିବୀ ବିକାଶ ଅଗ୍ରୱାଲ, ରାଧେଶ୍ୟାମ ଅଗ୍ରୱାଲା, ରୋହିତ ଅଗ୍ରୱାଲା, ନାରାୟଣ ଅଗ୍ରୱାଲା, କେତନ ଅଗ୍ରୱାଲା ଓ ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନଗଲେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମଂଚ ସଂପାଦକ କୁଶ ଅଗ୍ରୱାଲା ସୂଚନା ଦେଇଛନ୍ତି।
Comments are closed.