www.samajalive.in
Sunday, December 7, 2025
16.1 C
Bhubaneswar

‘ଡିଟୱା’ ଅବପାତରେ ପରିଣତ: ତାମିଲନାଡୁ, ପୁଡୁଚେରିରେ ବର୍ଷା

ଚେନ୍ନଇ: ଶ୍ରୀଲଙ୍କାରେ ତାଣ୍ଡବ ରଚିଥିବା ସାମୁଦ୍ରିକ ବାତ୍ୟା ‘ଡିଟୱା’ ଏବେ ଦକ୍ଷିଣ ଭାରତର ତାମିଲନାଡୁ ଓ ପୁଡୁଚେରି ଉପକୂଳ ଆଡକୁ ଅଗ୍ରସର ହେବାରେ ଲାଗିଛି। ତେଣୁ ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରି ସମେତ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ରେଳ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉପକୂଳ ଛୁଇଁବା ପୂର୍ବରୁ ରବିବାର ସନ୍ଧ୍ୟାରେ ‘ଡିଟୱା’ ଅବପାତରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପୂର୍ବରୁ ବାତ୍ୟାଟି କିଛି ସମୟ ପାଇଁ ଦୁର୍ବଳ ହୋଇପଡିଥିଲା। ତେବେ ବାତ୍ୟାକୁ ମୁକାବିଲା କରିବା ଲାଗି ତାମିଲନାଡୁ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସବୁ ଜିଲାରେ ଏସ୍‌ଡିଆରଏଫ୍ ଓ ଏନଡିଆରଏଫ୍ ବାହିନୀ ମୁତୟନ କରାଯାଇଛି।

ବାତ୍ୟା ପ୍ରଭାବରେ ତାମିଲନାଡୁରେ ରବିବାର ୩ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସରକାର କହିଛନ୍ତି। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଥୁଟୁକୋଡି ଓ ଥାଞ୍ଜାଭୁର ଜିଲାରେ କାନ୍ଥ ପଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମେଇଲାଦୁଥୁରାଇରେ ବିଦ୍ୟୁତ୍‌ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେ ରାମଚନ୍ଦ୍ରନ ରବିବାର ସାମ୍ବାଦିକଙ୍କୁ ଦେଇଥିବା ସୂଚନା ଅନୁଯାୟୀ ଉପକୂଳ ସହର ରାମେଶ୍ବରମ୍ ଓ ନାଗାପଟ୍ଟିନମ୍ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହୋଇଛି। ଏହି ଦୁଇ ସହରରେ ଅନେକ ଭିତ୍ତିଭୂମି ନଷ୍ଟ ହେବା ସହ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ବତ୍ୟା ଯୋଗୁଁ ପ୍ରାୟ ୫୭ହଜାର ହେକ୍ଟର ଜମିରେ ଚାଷ କାର୍ଯ୍ୟ ନଷ୍ଟ ହୋଇଛି। ଏହା ସହିତ ୧୪୯ ଗୋରୁଗାଈ ପ୍ରାଣ ହରାଇଛନ୍ତି। ୨୩୪ଟି ଘର ନଷ୍ଟ ହୋଇଛି। ଘର ହରାଇଥିବା ଲୋକଙ୍କ ପାଇଁ ରିଲିଫ୍ ଶିବିର ସ୍ଥାପନ କରାଯାଇଛି। ରେଡ୍‌ ଆଲର୍ଟ ଜାରି କରାଯାଇଥିବା ଜିଲାଗୁଡିକର ଲୋକଙ୍କୁ ସତର୍କତା ଅବଲମ୍ବନ ସହିତ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସତର୍କ ସୂଚନାକୁ ଅନୁସରଣ କରିବାକୁ କୁହାଯାଇଛି।

- Advertisement -

ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ରବିବାର ଅପରାହ୍ଣ ସୁଦ୍ଧା ବାତ୍ୟା ଚେନ୍ନଇର ଦକ୍ଷିଣ-ପଶ୍ଚିମକୁ ୧୮୦ କିମି ଦୂର ଓ କୁଡ୍ଡାଲୋରର ପୂର୍ବ-ଦକ୍ଷିଣକୁ ୧୦୦ କିମି ଦୂରରେ ରହିଥିଲା। ଏହା ଘଣ୍ଟା ପ୍ରତି ୭କିମି ବେଗରେ ଉତ୍ତର ଆଡକୁ ଅଗ୍ରସର ହେଉଛି। ତେଣୁ ଆଗାମୀ ୨୪ ଘଣ୍ଟା ପାଇଁ କୁଡ୍ଡାଲୋର, ନାଗାପଟ୍ଟିନମ୍, ମେଇଲାଡୁଥୁରାଇ, ତାଞ୍ଜିଭୌର, ତିରୁଭାରୁର୍ ଆଦି କେତେକ ଜିଲା ଓ ପୁଡୁଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି। ଉପକୂଳ ଜିଲାଗୁଡିକରେ ୬୦ରୁ ୭୦ କିମି ବେଗରେ ପବନ ବହିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିବା ଅନୁଯାୟୀ ଏହି ବାତ୍ୟା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଡକୁ ଗତି କରିବ। ଶୁକ୍ରବାର ଏହି ବାତ୍ୟା ଶ୍ରୀଲଙ୍କାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଶ୍ରୀଲଙ୍କାକୁ ଭାରତ ରିଲିଫ ପଠାଇଥିବାବେଳେ ରବିବାର ଭାରତୀୟ ବାୟୁସେନା ପକ୍ଷରୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories