ରାଜଧାନୀ ମହାବିଦ୍ୟାଳୟ, ଭୁବନେଶ୍ବର ର ଅର୍ଥନୀତି ବିଭାଗ ଏବଂ ଓଡିଶା ଆର୍ଥନୀତିକ ସଂଘର ମିଳିତ ଆନୁକୂଲ୍ୟରେ ଗତ ଶନିବାର ଦିନ ‘ଏକାଡେମିକ ପୋଷ୍ଟର ପ୍ରସ୍ତୁତି’ ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି। ଏହାକୁ ଓଡିଶା ଅର୍ଥନୀତିକ ସଂଘର ସଭାପତି ପ୍ରଫେସର ଜଗନ୍ନାଥ ଲେଙ୍କା ଓ ସଚିବ ପ୍ରଫେସର ହିମାଂଶୁ ଶେଖର ରାଉତ, ରାଜଧାନୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସରୋଜକାନ୍ତ ଚୌଧୁରୀ, ଅର୍ଥନୀତି ବିଭାଗ ମୁଖ୍ୟ ଡଃ ଅନୁରାଗ ମହାନ୍ତି ଏବଂ ଅନ୍ୟ ସହଯୋଗୀ ଅଧ୍ୟାପକମାନେ ଆୟୋଜନ କରିଥିଲେ।
କର୍ମଶାଳାରେ ବିଶେଷଜ୍ଞ ଭାବରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ମିତାଲି ଚିନାରା, ରେଭେନ୍ସା ବିଶ୍ୱବିଦ୍ୟାଳୟ ର ପ୍ରଫେସର କୀର୍ତ୍ତିରଞ୍ଜନ ପାଲଟାସିଂ, ଏବଂ ନାଇଜର-ଭୁବନେଶ୍ୱରର ପ୍ରଫେସର ଅମରେନ୍ଦ୍ର ଦାସ ଯୋଗ ଦେଇଥିଲେ। ଏଥିରେ ରାଜଧାନୀ ମହାବିଦ୍ୟାଳୟ, ଉତ୍କଳ ବିଶ୍ଵବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।



