www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ୱକପ୍‍ କ୍ରିକେଟ୍‍ : ଆଫଗାନିସ୍ତାନ ବିପକ୍ଷରେ ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ୪୦ ଓଭର ଶେଷ ସୁଦ୍ଧା ୨୫୫/୨

ଓଲଡ ଟାଫୋର୍ଟ : ଇଂଲଣ୍ଡର ମାଞ୍ଚେଷ୍ଟରର ଓଲଡ ଟାଫର୍ଟଠାରେ ମଙ୍ଗଳବାର ବିଶ୍ୱକପ କ୍ରିକେଟ ୨୦୧୯ର ୨୪ ତମ ମୁକାବିଲାରେ ଇଂଲଣ୍ଡ-ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ୪୦ ଓଭର ଶେଷ ସୁଦ୍ଧା ୨ୱିକେଟ ହରାଇ ୨୫୫ ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ପକ୍ଷରୁ ଜନି ବେରଷ୍ଟୋ ୯୯ବଲରୁ ତିନୋଟି ଛକା, ୮ଟି ଚୌକା ସହାୟତାର ୯୦ରନ କରି ଆଉଟ ହୋଇ ଯାଇଛନ୍ତି। ଜୋ ରୁଟ ୬୬ବଲରୁ ୬୫ରନ(୩ଚୌକା), ଅଧିନାୟକ ମେରଗାନ ୪୧ବଲରୁ ୬୨ରନ(୬ଛକା, ୩ଚୌକା) କରି ଖେଳୁଛନ୍ତି।
ଏହି ମ୍ୟାଚ ପାଇଁ ଇଂଲାଣ୍ଡ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଲିଆମ ପ୍ଲଙ୍କେଟଙ୍କ ସ୍ଥାନରେ ମୋଇନ ଅଲ୍ଲୀ ଫେରିଥିବାବେଳେ ରଏଙ୍କ ସ୍ଥାନରେ ଭିନସ ଦଳରେ ସାମିଲ ହୋଇଛନ୍ତି । ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି। ଆଫତାବ, ଜଜାଇ ଓ ହମିଦଙ୍କ ସ୍ଥାନରେ ଦୌଲତ, ନାଜିବୁଲ୍ଲା ଓ ମୁଜିବ ଚୂଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି । ଏପର୍ୟ୍ୟନ୍ତ ଇଂଲାଣ୍ଡ ୪ଟି ମ୍ୟାଚ ଖେଳି ୬ ପଏଣ୍ଟ ପାଇଥିବାବେଳେ ଆଫଗାନିସ୍ତାନ ୪ ଟି ମ୍ୟାଚ ଖେଳି କୌଣସିଟିରେ ବିଜୟ ହାସଲ କରିନଥିବାରୁ କୌଣସି ପଏଣ୍ଟ ପାଇନାହିଁ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories