www.samajalive.in
Sunday, December 7, 2025
15.1 C
Bhubaneswar

ବିିଶ୍ୱକପ୍‍ କ୍ରିକେଟ୍‍ : ଇଂଲଣ୍ଡର ବିଶାଳ ସ୍କୋର, ଆଫଗାନିସ୍ତାନ ପାଇଁ ୩୯୮ରନର ବିଜୟ ଲକ୍ଷ୍ୟ

ଓଲଡ ଟାଫୋର୍ଟ : ଇଂଲଣ୍ଡର ମାଞ୍ଚେଷ୍ଟରର ଓଲଡ ଟାଫର୍ଟଠାରେ ମଙ୍ଗଳବାର ବିଶ୍ୱକପ କ୍ରିକେଟ ୨୦୧୯ର ୨୪ ତମ ମୁକାବିଲାରେ ଇଂଲଣ୍ଡ-ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭୟରେ ୬ୱିକେଟ ହରାଇ ଆଫଗାନିସ୍ତାନ ଆଗରେ ୩୯୭ ରନର ବିଶାଳ ସ୍କୋର ଛିଡ଼ା କରିଛି। ଇଂଲଣ୍ଡ ପକ୍ଷରୁ ଅଧିନାୟକ ମୋର୍ଗାନ ସର୍ବାଧିକ ୭୧ବଲ ଖେଳି ୧୪୮ରନ କରିଛନ୍ତି। ମୋର୍ଗାନଙ୍କ ଧୁଆଁଧାର ୧୪୮ରନ୍ ବ୍ୟାଟିଂରେ ସେ ୧୭ଟି ଛକା ମାରିଛନ୍ତି। ୧୭ଟି ଛକା ମାରି ସେ ବିଶ୍ଵ ରେକର୍ଡ଼ ନିଜ ନାମରେ କରିଛନ୍ତି। ଏହା ପୂର୍ବରୁ କ୍ରିଶ ଗେଲ ୧୬ଟି ଛକା ମାରିଥିଲେ।
ଜନି ବେରଷ୍ଟୋ ୯୯ବଲରୁ ତିନୋଟି ଛକା, ୮ଟି ଚୌକା ସହାୟତାର ୯୦ରନ୍, ଜୋ ରୁଟ ୮୨ବଲରୁ ୮୮ରନ୍(୫ ଚୌକା, ୧ ଛକା), ମୋଇନ ଅଲ୍ଲୀ ୯ବଲରେ ୩୧ରନ୍( ୪ଟି ଚୋକା ୧ ଛକା) କରିଛନ୍ତି।

ଇଂଲଣ୍ଡ ସ୍କୋର

ଜେମସ୍‌ ଭିନସ୍‌: କ-ମୁଜିବ-ବୋ-ଜରଦାନ, ୨୬ ରନ, ୩୧ ବଲ, ୩ ଚୌକା
ଜନି ବେୟାରଷ୍ଟୋ: କ-ବୋ-ନାଇବ, ୯୦ ରନ, ୯୯ ବଲ, ୮ ଚୌକା, ୩ ଛକା
ଜୋଏ ରୁଟ: କ-ରସମତ-ବୋ-ନାଇବ, ୮୮ ରନ, ୮୨ ବଲ, ୫ ଚୌକା, ୧ ଛକା
ଇଅନ ମୋର୍ଗାନ: କ-ରସମତ-ବୋ-ନାଇବ, ୧୪୮ ରନ୍‌, ୭୧ ବଲ, ୪ ଚୌକା, ୧୭ ଛକା
ଜୋସ୍‌ ବଟଲର: କ-ନାଇବ-ବୋ-ଜରଦାନ, ୨ ରନ, ୨ ବଲ
ବେନ୍‌ ଷ୍ଟୋକସ୍‌: ବୋ-ଜରଦାନ, ୨ ରନ, ୬ ବଲ
ମୋଇନ୍‌ ଅଲି: ଅପରାଜିତ ୩୧ ରନ, ୯ ବଲ, ୧ ଚୌକା, ୪ ଛକା
କ୍ରସ୍‌ ଓ୍ଵକସ୍‌: ଅପରାଜିତ ୧ ରନ, ୧ ବଲ 
ଅତିରିକ୍ତ: ୯ ରନ୍‌ (ଲେଗବାଏ ୧, ଓ୍ଵାଇଡ ୭, ନୋ ୧)
ମୋଟ: ୩୯୭ ରନ୍‌ (୬ ଓ୍ଵିକେଟ୍‌, ୫୦ ଓଭର)

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories