www.samajalive.in
Sunday, December 7, 2025
14.1 C
Bhubaneswar

ବିପର୍ଯ୍ୟସ୍ତ ଅବସ୍ଥାରେ ଲୋଇସିଂହା ସରକାରୀ ମାଛ ଜାଆଁଳା କେନ୍ଦ୍ର

ଲୋଇସିଂହା : ଏକଦା ରାଜ୍ୟ ତଥା ଦେଶରେ ନାଁ କରିଥିବା ଲୋଇସିଂହା ସ୍ଥିତ ସରକାରୀ ମାଛ ଜାଆଁଳା କେନ୍ଦ୍ର ରକ୍ଷଣା ବେକ୍ଷଣ ଅଭାବରୁ ଦିନକୁ ଦିନ ବିର୍ପଯ୍ୟସ୍ତ ହୋଇ ପଡୁଥିବା ପରିଲକ୍ଷିତ ହୋଇଛି । ପ୍ରାୟ ଷାଠିଏ ଦଶକରେ ୫୦ ଏକରରୁ ଅଧିକ ନାରାୟଣ ସାଗରର ଜମିରେ ନିର୍ମିତ ହୋଇଥିବା ଏହି ମାଛ ଜାଆଁଳ କେନ୍ଦ୍ର ଜାଆଁଳ ଯୋଗାଣ ସହ ମାଛ ଛାଷର ବିକାଶ ପାଇଁ ବେଶ୍‍ ଭୂମିକା ରହିଥିଲା। ଏଠାରେ ମାଛ ଚାଷ ପାଇଁ ୬ ଟି ବଡ ପୋଖରୀ ରହିଥିବା ବେଳେ ବିଭିନ୍ନ କିସମର ମାଛ ଜାଆଁଳ ପାଳନ ପାଇଁ ୧୪ ଟି ଛୋଟ ଛୋଟ ପୋଖରୀ ରହିଛି । ଏଠାରୁ ବହୁ ଦୂର ଦୂରାନ୍ତରରୁ ମାଛ ଚାଷୀ ମାନେ ମାଛ ଜାଆଁଳ ନେଇ ଲାଭବାନ ହେଉଥିଲେ। ଏହାର ରକ୍ଷଣାବେକ୍ଷଣ ପାଇଁ ଜଣେ ସୁପରଭାଇଜର ସମେତ କେତେକ ଷ୍ଟାପ୍ ଓ ଜଗୁଆଳି ରହୁଥିବା ବେଳେ ଭଡା ଘରେ ଏକ କାର୍ଯ୍ୟାଳୟ ମଧ୍ୟ ରହିଥିଲା। ପ୍ରତିବର୍ଷ ସାମୟିକ ଭାବରେ ଅନେକ ଶ୍ରମିକ ଏଠାରେ କର୍ମ ନିଯୁକ୍ତି ସୁଯୋଗ ପାଇ ପାରୁଥିଲେ। ଦୀର୍ଘ ଦିନ ପରେ ପ୍ରାୟ ୯୦ ଦଶକରେ ଏହି ମାଛ ଜଆଁଳ କେନ୍ଦ୍ର ପରିସରରେ ଏକ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇଥିଲା। ଯାହାକି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି।

ବିପର୍ଯ୍ୟସ୍ତ ଅବସ୍ଥାରେ ମାଛ ଜାଆଁଳ ପୋଖରୀ

ବର୍ଷ ବର୍ଷ ଧରି ପୋଖରୀ ଗୁଡିକର ପୁନରୁଦ୍ଧାର ହୋଇ ପାରୁ ନ ଥିବାରୁ ହୁଡା ଗୁଡିକ ର ଉଚ୍ଚତା କମି ଯାଇ ବର୍ଷା ଋତୁରେ ଭିତରକୁ ନାରାୟଣ ସାଗରର ପାଣି ପଶି ଜାଆଁଳ ନଷ୍ଟ ହୋଇ ଯାଉଥିବା ଅଭିଯୋଗ ରହିଛି । ଏଠାରେ ନା କେହି କର୍ମଚାରୀ ରହୁଛନ୍ତି ନା ପୂର୍ବଭଳି ମାଛ ଜାଆଁଳ ଉତ୍ପାଦନ ଓ ଯୋଗାଣ କରାଯାଉଛି। ଜଣେ ସୁପରଭାଇଜର ଦାୟିତ୍ୱରେ ରହିଥିବା କୁହାଯାଉଥିଲେ ହେଁ ସେ କେବେ କେମିତି ମାସକୁ ୧/୨ ଥର ବୁଲିବାକୁ ଆସୁଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ଏଭଳି ପରିସ୍ଥିତିରେ ଉକ୍ତ କେନ୍ଦ୍ର ତଥା ଅଫିସ ଗୃହ ନିର୍ମାଣ ପାଇଁ ରହିଥିବା ଜମି ଜବରଦଖଲକାରିଙ୍କ ହାତ କୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି। ଜିଲ୍ଳା ମତ୍ସ୍ୟ ବିଭାଗ ପକ୍ଷରୁ ମଧ୍ୟ ଏହାର ରକ୍ଷଣା ବେକ୍ଷଣ ଏବଂ ଅଫିସ ଗୃହ ନିର୍ମାଣ ତଥା କର୍ମଚାରୀ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ଏହି ମାଛ ଜାଆଁଳ କେନ୍ଦ୍ର ବିପର୍ଯ୍ୟସ୍ତ ହୋଇ ପଡିରହିଛି । ଜିଲ୍ଳା ମତ୍ସ୍ୟାଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ଏହି ଜାଆଁଳ କେନ୍ଦ୍ର ସଂପର୍କରେ ତାଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ଏହାର ପୁନରୁଦ୍ଧାର କରାଯିବା ସହ ହୁଡା ଉପରେ ବୃକ୍ଷ ରୋପଣ କରାଗଲେ ପ୍ରାକୃତିକ ପରିବେଶ ସୁରକ୍ଷା ସମେତ ଏହା ଅଞ୍ଚଳରେ ମାଛ ଚାଷର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରି ପାରିବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ମତ ପ୍ରକାଶ ପାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories