www.samajalive.in
Sunday, December 7, 2025
18.1 C
Bhubaneswar

ସରକାରୀ ହସ୍ପିଟାଲରେ ଡାକ୍ତରମାନଙ୍କ ସୁରକ୍ଷା ସଂକ୍ରାନ୍ତ ଆବେଦନର ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ : ସରକାରୀ ହସ୍ପିଟାଲ୍‍ଗୁଡ଼ିକରେ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ସଂକ୍ରାନ୍ତ ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ମଙ୍ଗଳବାର ସ୍ଥଗିତ ରଖିଛନ୍ତି। ଜଷ୍ଟିସ ଦୀପକ ଗୁପ୍ତା ଓ ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ କହିଛନ୍ତି, ପଶ୍ଚିମବଙ୍ଗ ଓ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ଡାକ୍ତରମାନେ ସେମାନଙ୍କର ଧର୍ମଘଟ ପ୍ରତ୍ୟାହାର କରି ନେଇଥିବାରୁ ଏହି ଆବେଦନର ଜରୁରୀକାଳୀନ ଶୁଣାଣି କରିବାର କୌଣସି ଆବଶ୍ୟକତା ନାହିଁ।

ଖଣ୍ଡପୀଠ କହିଛନ୍ତି, କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‍ ଜାରି କରିବେ ନାହିଁ; କିନ୍ତୁ ଡାକ୍ତରମାନଙ୍କ ସୁରକ୍ଷା ବିଷୟ ଉପରେ ବିଚାର କରାଯିବ। ଇତିମଧ୍ୟରେ ଭାରତୀୟ ଚିକତ୍ସକ ସଂଘ,  ପୂର୍ବରୁ କରାଯାଇଥିବା ଆବେଦନରେ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ି ଆଉ ଏକ ଆବେଦନ କରିଛି ।
ସଂଘ କହିଛି, ଦେଶବ୍ୟାପୀ ଡାକ୍ତରମାନଙ୍କୁ ସୁରକ୍ଷା ଦିଆଯିବା ଅପରିହାର୍ଯ୍ୟ ହୋଇପଡିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories