www.samajalive.in
Monday, December 8, 2025
24.1 C
Bhubaneswar

ହୀରାକୁଦରୁ ଜଳ ନିଷ୍କାସନ ପାଇଁ ୬୦୦କୋଟିର ‘ସ୍ପିଲ​ୱେ‌’ ପ୍ରସ୍ତାବ

ଭାଗ ନେବେ ୨୦ଟି ଦେଶର ବୈଷୟିକ ବିଶେଷଜ୍ଞ, ୭୫୧ କୋଟି ଟଙ୍କାରେ ୨୬ ଡ୍ୟାମ ପ୍ରସ୍ତାବ

ଭୁବନେଶ୍ୱର : ଅନ୍ତର୍ଜାତୀୟ ଡ୍ୟାମ ସୁରକ୍ଷାର ପଞ୍ଚମ ସମ୍ମିଳନୀ ଆସନ୍ତା ଫେବୃଆରୀ ୧୩ରୁ ଦୁଇଦିନ ପାଇଁ ଏଠାରେ ଅନୁଷ୍ଠିତ ହେବ। ଏଥିରେ ଦେଶବିଦେଶରୁ ବହୁ ବନ୍ଧ ସୁରକ୍ଷା ବିଶେଷଜ୍ଞ ଯୋଗଦେବେ। ବିଶ୍ବ ବ୍ୟାଙ୍କ ସହାୟତାରେ ଦେଶର ୭ଟି ରାଜ୍ୟରେ ୧୯୮ଟି ଡ୍ୟାମ ପ୍ରକଳ୍ପ ହାତକୁ ନିଆଯାଇଛି। ଯେଉଁଥିରେ ପ୍ରାୟ ୩୪୬୬କୋଟି ଟଙ୍କା ଖର୍ଚ୍ଚ ହେବାକୁ ରହିଛି ବୋଲି କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲୁସି) ଏସ୍ ମାସୁଦ ହୁସେନ କହିଛନ୍ତି।
ଗୁରୁବାର ଶ୍ରୀ ହୁସେନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅନ୍ତର୍ଜାତୀୟ ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ବନ୍ୟା ସମୟରେ ହୀରାକୁଦରୁ ଜଳ ନିଷ୍କାସନ ବେଳେ ସମସ୍ୟା ଉପୁଜୁଛି। ଏକାଥରକେ ପାଣି ଛାଡିବା ଯୋଗୁଁ ତଳମୁଣ୍ଡରେ ବନ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ପାଇଁ ଏକ ସ୍ବତନ୍ତ୍ର ଡ୍ୟାମ(ସ୍ପିଲୱେ) ନିର୍ମାଣ କରାଯିବ। ଆସନ୍ତା ୩ବର୍ଷ ମଧ୍ୟରେ ନିର୍ମାଣକାରୀ ସଂସ୍ଥା ଟାଟା ପ୍ରକଳ୍ପ କାର୍ଯ୍ୟ ଶେଷ କରିବ। ଏବାବଦକୁ ପ୍ରାୟ ୬୦୦କୋଟି ଟଙ୍କା ଖର୍ଚ୍ଚ ହେବ।
ସୂଚନା ଅନୁଯାୟୀ ଦେଶର ୭ଟି ରାଜ୍ୟରେ ବିଶ୍ବବ୍ୟାଙ୍କ ସହାୟତାରେ ୧୯୮ଟି ଡ୍ୟାମ ପ୍ରକଳ୍ପ ନିର୍ମାଣ ହେବାକୁ ରହିଛି। ଏବାବଦରେ ବିଶ୍ବବ୍ୟାଙ୍କ କର୍ତ୍ତୃପକ୍ଷ ୩୪୬୬କୋଟିର ସହାୟତା ଯୋଗାଇ ଦେବେ। ଏଥିରେ ରାଜ୍ୟର ୨୬ଟି ଡ୍ୟାମ ରହିଛି। ଏବାବଦକୁ ୭୫୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାବାଦ୍ ସ୍ପିଲୱେ ନିର୍ମାଣ ପାଇଁ ୬୦୦କୋଟିଇ ଟଙ୍କା ଖର୍ଚ୍ଚ ହେବ। ଏହି ସମୟରେ ଦେଶ ବିଦେଶର ଡ୍ୟାମ ସୁରକ୍ଷା ବିଶେଷଜ୍ଞମାନେ ଆସିବେ। ସେମାନଙ୍କ ମଧ୍ୟରେ ଭାବବିନିମୟ ହେବ। ତେବେ ୨୦୧୫ରେ ପ୍ରଥମ ଥର ପାଇଁ ଚେନ୍ନାଇରେ ବନ୍ଧ ସୁରକ୍ଷା ସମ୍ମିଳନୀ ହୋଇଥିବାବେଳେ ୨୦୧୬ରେ ବେଙ୍ଗାଲୁରୁରେ, ୨୦୧୭ରେ ରୁରକିରେ ଏବଂ ୨୦୧୮ରେ ତିରୁବନ୍ତପୁରମରେ ହୋଇଥିଲା।
ଗତବର୍ଷ ସମ୍ମିଳନୀରେ ୧୮ଟି ଦେଶର ୬୦୦ଜଣ ସାମିଲ ହୋଇଥିବାବେଳେ ସେଥିମଧ୍ୟରେ ୧୫୦ଜଣ ବୈଷୟିକ ବିଶେଷଜ୍ଞ ଥିଲେ। ଚଳିତବର୍ଷ ଏହି ସମ୍ମିଳନୀରେ ଆମେରିକା, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା, ସୁଇଜରଲ୍ୟାଣ୍ଡ ଓ ଜାପାନ ପ୍ରଭୃତି ଦେଶର ବୈଷୟିକ ବିଶେଷଜ୍ଞ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିନିଧି ଦଳରେ ସିଡବ୍ଲୁସିର ସଭ୍ୟ ଏନ୍ କେ ମାଥୁର ଓ ଜଳସମ୍ପଦ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories