www.samajalive.in
Thursday, December 11, 2025
14.1 C
Bhubaneswar

କ୍ରିକେଟ ବିଶ୍ବକପ୍-୨୦୧୯ : ବାଂଲାଦେଶ-ଆଫ୍‌ଗାନିସ୍ତାନ ମୁକାବିଲା ଆଜି

ସାଉଥାମ୍ପ୍‌ଟନ : ଚଳିତ ବିଶ୍ବକପରେ ଭାରତକୁ ନାକେଦମ୍ କରିବା ପରେ ସୋମବାର ତା’ର ୭ମ ଲିଗ୍ ମ୍ୟାଚ୍ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବ ଆଫ୍‌ଗାନିସ୍ତାନ। ସମ୍ମୁଖରେ ଏହାର ଏସୀୟ ଦଳ ବାଂଲାଦେଶ। ଉଭୟ ଦଳଙ୍କ ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ବ ଭିନ୍ନ। ସେମିଫାଇନାଲ ଦୌଡ଼ରେ ବଜାୟ ରହିବା ପାଇଁ ବାଂଲାଦେଶକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଛି ଆଫ୍‌ଗାନିସ୍ତାନ। ତେଣୁ ଏହା ବିନା ଚାପରେ ଖେଳିବ ଏବଂ ବିଶ୍ବକପ୍‌ରୁ ବିଦାୟନେବା ପୂର୍ବରୁ ସମସ୍ତଙ୍କୁ ପ୍ରଭାବିତ କରିବାର ଲକ୍ଷ୍ୟ ରଖିଛି ଆଫ୍‌ଗାନିସ୍ତାନ। ତେବେ ୭ମ ମ୍ୟାଚ୍‌ରେ ୩ୟ ବିଜୟ ହାସଲକରି ପଏଣ୍ଟ ଟେବୁଲର ପାହାଚ ଚଢ଼ିବା ଲକ୍ଷ୍ୟରେ ବାଂଲାଦେଶ ଏହି ମ୍ୟାଚ୍ ଖେଳିବ। ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ଭଳି ଦଳକୁ ହରାଇବା ପରେ ଏହା ପାଇଁ ଆଫ୍‌ଗାନିସ୍ତାନକୁ ପରାସ୍ତ କରିବା କଷ୍ଟକର ହେବନାହିଁ ବୋଲି ବାଂଲାଦେଶ ନିଶ୍ଚୟ ଭାବୁଥିବ। ତେବେ ଭାରତ ବିପକ୍ଷରେ ଆଫ୍‌ଗାନିସ୍ତାନର ପ୍ରଦର୍ଶନ ଦେଖି କହିହେବ ଯେ ଏହା ଆଦୌ ଦୁର୍ବଳ ଦଳ ନୁହେଁ ଏବଂ ବାଂଲାଦେଶକୁ ଚକ୍‌ମା ଦେବା ପାଇଁ ଏହା ସମର୍ଥ।
ବାଂଲାଦେଶ ଯେପରି ଆକ୍ରମଣାତ୍ମକ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି, ତାହା ଚଳିତ ବିଶ୍ବକପ୍‌ରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୮.୩ ଓଭର ବାକିଥାଇ ଓ ୭ ୱିକେଟ ହାତରେ ଥାଇ ବାଂଲାଦେଶ ବିଜୟୀହେବା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ସାକିବ୍ ଅଲ୍‌ ହାସନ୍ ଅଦ୍ୟାବଧି ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଛନ୍ତି। ୪ଟି ଇନିଂସରୁ ସାକିବ୍ ୨ଟି ଲେଖାଏଁ ଶତକ ଓ ଅର୍ଦ୍ଧଶତକ ମାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ବାଂଲାଦେଶ ପରାସ୍ତ ହୋଇଥିଲେ ହେଁ ମୁସ୍‌ଫିକୁର ରହିମ୍‌ ଶତକ ମାରିଥିଲେ ଏବଂ ମହମ୍ମଦୁଲ୍ଲା ଦର୍ଶନୀୟ ଇନିଂସ ଖେଳିଥିଲେ। ସାକିବ୍ ପୁଣିଥରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିବାର ପ୍ରୟାସ କରିବେ। ସାକିବ୍ ଓ ମୁସ୍‌ଫିକୁର ରହିମ୍‌ଙ୍କ ଚମତ୍କାର ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶ ୩୩୦ ରନ୍ କରି ବିଜୟୀ ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା ଏବଂ ମାତ୍ର ୨ ୱିକେଟରେ ପରାସ୍ତ ହୋଇଥିଲା। ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ୩ୟ ମ୍ୟାଚ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା। ପରେ ସାକିବ୍ ଅଲ୍‌ ହାସନ୍ ଶତକ ମାରିଥିଲେ ହେଁ ବାଂଲାଦେଶ ଶତାଧିକ ରନ୍‌ରେ ପରାସ୍ତ ହୋଇଥିଲା। ଶ୍ରୀଲଙ୍କା ସହ ବାଂଲାଦେଶର ୪ର୍ଥ ମ୍ୟାଚ୍ ବାତିଲ ହୋଇ ଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ବାଂଲାଦେଶ ୩୮୨ ରନ୍‌ର ପିଛାକରି ୩୩୩ ରନ୍ କରି ପାରିଥିଲା। ବାଂଲାଦେଶର ବ୍ୟାଟ୍‌ସମ୍ୟାନ୍ ଏବଂ ସ୍ପିନର ଭଲ ପ୍ରଦର୍ଶନ କରିଥିଲେ ହେଁ ପେସ୍ ବୋଲରଙ୍କୁ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ଆଫ୍‌ଗାନିସ୍ତାନ ୬ଟିଯାକ ମ୍ୟାଚ୍ ହାରିଥିଲେ ହେଁ ୨/୩ଟି ମ୍ୟାଚ୍‌କୁ ଛାଡ଼ି ଅନ୍ୟ ମ୍ୟାଚ୍‌ରେ ପ୍ରତିଦ୍ବନ୍ଦ୍ବିତାମୂଳକ ହୋଇ ପାରିନାହିଁ। ଇଂଲଣ୍ଡ ମ୍ୟାଚ୍‌ରେ ଏହାର ବୋଲିଂ ବିଫଳ ହୋଇଥିବା​‌ ବେଳେ ଅନ୍ୟ ମ୍ୟାଚ୍‌ମାନଙ୍କରେ ଏହା ଭଲ ବୋଲିଂକରିଛି। ଭାରତ ବିପକ୍ଷରେ ଆଫ୍‌ଗାନିସ୍ତାର ସ୍ପିନର ଚମତ୍କାର ବୋଲିଂ କରିବାରୁ ଭାରତ ମାତ୍ର ୨୨୪ ରନ୍ କରି ପାରିଥିଲା। ବାଂଲାଦେଶ ବିପକ୍ଷରେ ଏପରି ବୋଲିଂକଲେ ଦଳକୁ ନିଶ୍ଚୟ ସଫଳତା ମିଳିବ। ଉଭୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବେ। ଏହି ମ୍ୟାଚ୍‌ରେ ବାଂଲାଦେଶ ନିଶ୍ଚୟ ଫେଭରିଟ୍। ତେବେ ଆଫ୍‌ଗାନିସ୍ତାନ ବିପର୍ଯ୍ୟୟ ଘଟାଇବାକୁ ନିଶ୍ଚୟ ଚାହିଁବ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories