ରେଭେନ୍ସା ଇଷ୍ଟ ହଷ୍ଟେଲରେ ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ

କଟକ: ରେଭେନ୍ସା ଇଷ୍ଟ ହଷ୍ଟେଲରେ ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୬ ଅନ୍ତେବାସୀଙ୍କ ସମେତ ୭ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୭ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ୨ଟି ସେମିଷ୍ଟାର ଲାଗି ବହିଷ୍କାର କରାଯାଇଛି। ୨ ସେମିଷ୍ଟାର ଯାଏ ସମ୍ପୃକ୍ତ ଛାତ୍ର ଶିକ୍ଷାଗ୍ରହଣ କାର୍ଯ୍ୟରୁ ବଞ୍ଚିତ ରହିବେ। ଅନ୍ୟ ୪ ଛାତ୍ରଙ୍କୁ ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ କଡ଼ା ନଜରରେ ରଖାଯିବ। ସମ୍ପୃକ୍ତ ଛାତ୍ରମାନେ ଇଷ୍ଟ ହଷ୍ଟେଲ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରିଥିଲେ। ଅଗଷ୍ଟ ୧୧ ଓ ୧୨ରେ ଗଣ୍ଡଗୋଳ ମାମଲାରେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Comments are closed.