www.samajalive.in
Saturday, December 6, 2025
19.1 C
Bhubaneswar

ଖାଦ୍ୟ ସୁରକ୍ଷାରୁ ବଞ୍ଚିତଙ୍କ ହିସାବ ଦିଅ: ହାଇକୋର୍ଟ

କଟକ: ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆଧାର ନ ଥିବା କାରଣରୁ ରାଜ୍ୟରେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହିତାଧିକାରୀଙ୍କ ରିପୋର୍ଟ ରାଜ୍ୟସରକାରଙ୍କୁ ମାଗିଛନ୍ତି। ମାମଲାର ଶୁଣାଣି ସମୟରେ ଯାଜପୁର ଜିଲା ରସୁଲପୁର ବ୍ଲକ ଗସ୍ତ ସଂକ୍ରାନ୍ତ ରିପୋର୍ଟ ସରକାରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଦାଖଲ କରଯାଇଥିଲା। ତଥ୍ୟ ସଂଗ୍ରହକାରୀ ଦଳ ୮ଟି ଗ୍ରାମ ଗସ୍ତ କରିଥିବାବେଳେ କୌଣସି ହିତାଧିକାରୀ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେଉନାହାନ୍ତି ବୋଲି ସତ୍ୟପାଠରେ ଦର୍ଶଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୯ରେ ହେବ। ଆବେଦନକାରୀ ପ୍ରଫୁଲ୍ଲ ସାମନ୍ତରାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ କରୋନା ଭୂତାଣୁ ସଂକ୍ରମଣ ବେଳେ ରାଜ୍ୟରେ ଏପରି ବହୁ ପରିବାର ଅଛନ୍ତି ଯେଉଁମାନଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିଲେ ମଧ୍ୟ ସେମାନେ ରାସନକାର୍ଡ ପାଇନାହାନ୍ତି। ତେଣୁ ସେମାନେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଛନ୍ତି।

ଖାଉଟି ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟରେ ଥିବା ତଥ୍ୟ ଅନୁସାରେ ଏପ୍ରିଲରୁ ଜୁନ୍ ମଧ୍ୟରେ ରାଜ୍ୟ ସରକାର ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆରୁ ୪୮୫୩୯୪ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉଠାଇଥିବା ବେଳେ ୪୨୦୧୬୫ ମେଟ୍ରିକ୍ ଟନ୍ ବଣ୍ଟନ କରାଯାଇଛି। ଏବେ ରାଜ୍ୟ ସରକାର ଉଠାଇଥିବା ଖାଦ୍ୟଶସ୍ୟରୁ ୬୫୦୦୦ ମେଟ୍ରିକ୍ ଟନ୍ ମହଜୁଦ ରହିଛି। ତେଣୁ ରାସନ କାର୍ଡ ନଥିବା ପରିବାର ଗୁଡିକୁ ଖାଦ୍ୟଶସ୍ୟ ଦେବାରେ କିଛି ଅସୁବିଧା ନାହିଁ। ୩୩ ଲକ୍ଷ ଲୋକ ରାସନ କାର୍ଡ ସହିତ ଆଧାର କାର୍ଡ ସଂଯୋଗ କରି ନ ପାରି ପିଡିଏସ୍ ଯୋଜନାର ହିତାଧିକାରୀ ତାଲିକାରୁ ବାଦ ପଡିଛନ୍ତି। ଶ୍ରୀ ସାମନ୍ତରାଙ୍କ ତରଫରୁ ଆଇନଜୀବୀ ଈଶ୍ବର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories