www.samajalive.in
Thursday, December 11, 2025
14.1 C
Bhubaneswar

କଟକର ଦୁଇ ଡ଼ାକ୍ତରଖାନାରୁ ବାହାରିଲେ ୬୬ କରୋନା ସଂକ୍ରମିତ

କଟକ: ଗୁରୁବାର କଟକର ଦୁଇ ଡ଼ାକ୍ତରଖାନାରୁ ବାହାରିଛନ୍ତି ୬୬ କରୋନା ରୋଗୀ । ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରୁ ୫୪ ଜଣ କର୍କଟ ରୋଗୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେହିପରି ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଅନ୍ୟପକ୍ଷରେ କଟକ ବଡ଼ ଡ଼ାକ୍ତରଖାନାରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

କଟକ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରୁ ୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୪ଜଣ କର୍କଟ ରୋଗୀ ହୋଇଥିବାବେଳେ ଜଣେ ରୋଗୀଙ୍କ ସହାୟକ ବୋଲି ଜଣାପଡ଼ିଛି। ସେହିପରି କଟକ ଏସ୍‌ସିବି ମେଡ଼ିକାଲ୍‌ କଲେଜ ଆଣ୍ଡ୍ ହସ୍‌ପିଟାଲ୍‌ରୁ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କଟକ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -


କଟକ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର କରୋନାର ସୁପର୍‌ସ୍ପେଡର କେନ୍ଦ୍ର ହୋଇଛି। ଗୁରୁୁବାର ଗୋଟିଏ ଦିନରେ କର୍କଟ କେନ୍ଦ୍ରର ୫୫ରୁ ଊର୍ଦ୍ଧ୍ବ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏ ପର୍ଯ୍ୟନ୍ତ କର୍କଟ କେନ୍ଦ୍ରରେ ୭୧ଜଣ କରୋନା ସଂକ୍ରମିତ ହୋଇସାରିଲେଣି। ଏ ସମ୍ପର୍କରେ କେନ୍ଦ୍ର କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅଧିକାଂଶ ରୋଗୀ ଥିବା କୁହାଯାଉଛି। କର୍କଟ କେନ୍ଦ୍ରରେ ଗୋଟିଏ ଦିନରେ ୫୫ଜଣ ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ର ପରିସରରେ ଏକପ୍ରକାର କୋକୁଆ ଭୟ ଖେଳିଯାଇଛି। ଅନେକ ଡାକ୍ତର, ସେବିକା କର୍କଟ କେନ୍ଦ୍ରକୁ ଆସିବାକୁ ଭୟ କରୁଛନ୍ତି। ସଂକ୍ରମଣ ରୋକିବା ପାଇଁ କର୍ତ୍ତୃପକ୍ଷ କୌଣସି ତତ୍ପରତା ପ୍ରକାଶ କରୁନଥିବାରୁ ଡାକ୍ତର, ସେବିକା ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ୨୯ତାରିଖରେ କର୍କଟ କେନ୍ଦ୍ରରେ କାର୍ଯ୍ୟରତ ୧୨୩ଜଣ କର୍ମଚାରୀଙ୍କ ସ୍ୱାବ ନମନା ସଂଗ୍ରହ କରାଯାଇଥିଲା। ୩୦ତାରିଖରେ ୮୭ଜଣ ଏବଂ ୧ତାରିଖରେ ୬୯ଜଣ ରୋଗୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା। ପୂର୍ବରୁ ୧୬ଜଣଙ୍କ ନମୁନା ପଜିଟିଭ ଆସିଥିବାବେଳେ ଆଜି ୫୫ଜଣଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି। କର୍କଟ କେନ୍ଦ୍ରରେ ଦ୍ରୁତଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ କେନ୍ଦ୍ର କର୍ତ୍ତୃପକ୍ଷ ଏଠାରେ ରୋଗୀସେବା ବନ୍ଦ କରିବା ଦିଗରେ କୌଣସି ପଦକ୍ଷେପ ନେଇନଥିବା ସଚନା ମିଳିଛି।
ସୂଚନା ଯୋଗ୍ୟ, ଗଞ୍ଜାମ ଅଞ୍ଚଳର ଜଣେ କର୍କଟାକ୍ରାନ୍ତ ଯୁବକ କରୋନା ସଂକ୍ରମିତ ହୋଇଥିଲେ। ସମ୍ପୃକ୍ତ ଯବକୁଙ୍କୁ ଯେଉଁଠାରେ ଚିକିତ୍ସା କରାଯାଉଥିଲା, ତାହାକୁ ବିଶୋଧନ କରନଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ସମ୍ପୃକ୍ତ ରୋଗୀ ସଂସ୍ପର୍ଶରେ ଏକାଧିକ ସେବିକା, ଡାକ୍ତର ଓ ଅନ୍ୟ କର୍ମଚାରୀ ଆସିଥିଲେ ମଧ୍ୟ ସେମାନଙ୍କୁ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସଙ୍ଗରୋଧରେ ରହିବା ପାଇଁ କର୍ତ୍ତୃପକ୍ଷ କୌଣସି ତତ୍କାଳ ପଦକ୍ଷେପ ନେଇନଥିବା ବହୁ କର୍ମଚାରୀ ଅଭିଯୋଗ କରିଛନ୍ତି। ବିଶୋଧନ ନ ହେବାରୁ କରୋନା ସଂକ୍ରମଣ ଦ୍ରୁତଭାବେ ବଢିଥିବା ସେମାନେ କହିଛନ୍ତି।

ସୂଚନା ଯୋଗ୍ୟ, ଆଜି ନୂଆ ୭୫ଜଣ ସଂକ୍ରମିତଙ୍କୁ ମିଶାଇ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୫ରେ ପହଞ୍ଚିଛି। ଆଜି ୧୩ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଆଠଗଡ ବ୍ଲକରୁ ଆଜି ୧୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତିଗିରିଆ ବ୍ଲକରୁ ୩ଜଣ ନୂଆ ରୋଗୀ ଚିହ୍ନଟ ହେବା ପରେ ଆଜି ଗୋଟିଏ ଦିନରେ ଜିଲାରେ ୭୫ଜଣ ନୂଆ ରୋଗୀ ବାହାରିଛନ୍ତି। କଟକ ଜିଲାରେ ମୋଟ ୬୨୦ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ ୪୯୧ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ଜଣଙ୍କ ମୃତ୍ୟୁ ହୋଇଛି।
କଟକ ଜିଲାରେ ମୋଟ ୬୨୦ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ ୪୯୧ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories