କଟକ: ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ବେହେରା(୫୨)ଙ୍କ ପରଲୋକ ହୋଇଯାଇଛି। ଓସିଏର ପୂର୍ବତନ ସମ୍ପାଦକ ଆର୍ଶୀବାଦ ବେହେରାଙ୍କ ବଡ଼ ପୁଅ ହେଉଛନ୍ତି ସତ୍ୟବ୍ରତ। ତାଙ୍କ ସାନ ଭାଇ ସଞ୍ଜୟ ବେହେରା ଏବେ ଓସିଏର ସମ୍ପାଦକ ଦାୟିତ୍ୱରେ ରହିଛନ୍ତି। କିଛି ବର୍ଷ ହେବ ସ୍ନାୟୁ ରୋଗରେ ପୀଡିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ସତ୍ୟବ୍ରତ। ତାଙ୍କ ବିୟୋଗ ଖବର ପାଇ ଡିଅର ପାର୍କ ସ୍ଥିତ ବାସଭବନରେ ଅନେକ ରାଜନୀତିଜ୍ଞ, କ୍ରିକେଟର ରାଜନେତା ଶେଷ ଦର୍ଶନ କରିଛନ୍ତି। ସତ୍ୟବ୍ରତ କଟକ ଜିଲା କ୍ରିକେଟ ସଂଘ ସଭାପତି ଭାବେ ଦୀର୍ଘ ବର୍ଷ ଧରି ଦକ୍ଷତାର ସହ କାର୍ଯ୍ୟ କରିଥିଲେ।
Popular Categories



