ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଫଳ ଘୋଷଣା କରିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି ଯେ pgcuet.samarth.ac.in ୱେବସାଇଟରେ ଫଳାଫଳ ଉପଲବ୍ଧ ଅଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ମାମଲା – ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ସୂଚନା ଅନୁଯାୟୀ, ଦେଶରେ ୨୬୨ଟି ସହରରେ ୫୭୨ଟି କେନ୍ଦ୍ର ଓ ବିଦେଶରେ ୯ଟି ସହରରେ ଗତ ମାର୍ଚ୍ଚ ୧୧ରୁ ୨୮ ତାରିଖ ମଧ୍ୟରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଅନୁଷ୍ଠିତ ପରୀକ୍ଷାରେ ୪ ଲକ୍ଷ ୬୨ ହଜାର ୬୦୩ ଜଣ ଛାତ୍ରଛାତ୍ରୀ ୭ ଲକ୍ଷ ୬୮ ହଜାର ୪୧୪ଟି ଟେଷ୍ଟ ଦେଇଥିଲେ। ମୋଟ ୧୯୦ଟି ବିଶ୍ୱବିଦ୍ୟାଳୟ ଏହି ପ୍ରବେଶିକା ପରୀକ୍ଷାରେ ସାମିଲ ହୋଇଥିଲେ। ସେଥି ମଧ୍ୟରେ ୩୯ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୩୯ଟି ରାଜ୍ୟ ବିଶ୍ୱବିଦ୍ୟାଳୟ, ୧୫ଟି ସରକାରୀ ପ୍ରତିଷ୍ଠାନ ଓ ୯୭ଟି ଘରୋଇ ଓ ଡିମଡ଼ ବିଶ୍ୱବିଦ୍ୟାଳୟ ରହିଛି।

ଆଜି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

Comments are closed.