www.samajalive.in
Monday, December 8, 2025
13.1 C
Bhubaneswar

ନୂଆ ରୂପରେ କଟକ ଷ୍ଟେସନ; ଆଜି ପୂର୍ବ ପାର୍ଶ୍ୱ ଷ୍ଟେସନ୍ ଭବନର ଉଦଘାଟନ କରିବେ ରେଳମନ୍ତ୍ରୀ

କଟକ: ନୂଆ ରୂପରେ କଟକ ରେଳ ଷ୍ଟେସନ ପୂର୍ବପାର୍ଶ୍ଵ ଷ୍ଟେସନ୍ ଭବନ ଓ ପ୍ରବେଶ ପଥ । ଅମୃତ ଷ୍ଟେସନ୍ ଯୋଜନା ଅଧୀନରେ ଚାଲୁରହିଥିବା କଟକ ରେଳ ଷ୍ଟେସନ ପୁନଃନିର୍ମାଣର ଏକ ଅଂଶ ଭାବରେ କଟକ ରେଳ ଷ୍ଟେସନକୁ ଏକ ଆଧୁନିକ ପରିବହନ ହବ୍ ସହ ଏକ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରାଯିବ ପାଇଁ ଯୋଜନା କରାଯାଇଛି। ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳ ଷ୍ଟେସନରେ ପୂର୍ବ ପାର୍ଶ୍ୱ ଷ୍ଟେସନ୍ ଭବନର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କଟକର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ବୈଷ୍ଣବଙ୍କ ଏହି ଗସ୍ତରେ ଭାରତର ପୂର୍ବାଞ୍ଚଳରେ ସେବା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ଭିତ୍ତିଭୂମିରେ ଉନ୍ନତି ତଥା ନାଗରିକଙ୍କ ପାଇଁ ଯାତ୍ରା ସହଜ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଉଛି। ମୋଟ ୧୪.୬୩ କୋଟି ଟଙ୍କା ମୂଲ୍ୟରେ ନିର୍ମିତ କଟକ ଷ୍ଟେସନର ପୂର୍ବ ପାର୍ଶ୍ୱ (ଜାତୀୟ ରାଜପଥ ପାର୍ଶ୍ୱ) ଷ୍ଟେସନ ଭବନ ଓ ପ୍ରବେଶ ପଥ ଦ୍ୱାରା ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସହଜ ଏବଂ ଅସୁବିଧାମୁକ୍ତ ସୁବିଧା ଯୋଗାଇବ । ଯାହା ଯାତ୍ରୀଙ୍କ ସୁବିଧା ଏବଂ ନିରାପତ୍ତାକୁ ଯଥେଷ୍ଟ ଉନ୍ନତ କରିବ। ଏହି ବିକାଶ ଷ୍ଟେସନ୍ ମଧ୍ୟକୁ ଚଳପ୍ରଚଳ କାର୍ଯ୍ୟକୁ ଶୃଙ୍ଖଳିତ କରିବ ଏବଂ ଏହି ଅଞ୍ଚଳରେ ଉନ୍ନତ ସୁବିଧା ତଥା ସଂଯୋଗ ପାଇଁ ଦୀର୍ଘ ଦିନର ଚାହିଦା ପୂରଣ କରି ଯାତ୍ରୀଙ୍କ ଚଳାଚଳକୁ ସୁଗମ କରିବ ବୋଲି ଆଶା କରାଯାଉଛି। ପୂର୍ବ ପାର୍ଶ୍ୱ ଷ୍ଟେସନ ଭବନର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି , ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ପରିବେଷ୍ଟିତ ଅଞ୍ଚଳ,  ୨୧, ୨୭୦ ବର୍ଗଫୁଟ ଶୀତତାପ ନିୟନ୍ତ୍ରିତ ପରିବେଷ୍ଟିତ ଅଞ୍ଚଳ ଯାତ୍ରୀମାନଙ୍କୁ ଏକ ଆରାମଦାୟକ ଏବଂ ମନୋରମ ପରିବେଶ ପ୍ରଦାନ କରିବ। ଏହାବ୍ୟତୀତ ଆଧୁନିକ ସୁବିଧା ରେ ଷ୍ଟେସନ ବିଲଡିଂରେ ଆଧୁନିକ ସୁବିଧା ଯେପରିକି ଫୁଡ କୋର୍ଟ, ଆଧୁନିକ ଶୌଚାଳୟ (ଦିବ୍ୟାଙ୍ଗଜନ୍ ଉପଲବ୍ଧ ଅନ୍ତର୍ଭୂକ୍ତ), ଟିକେଟ୍ କାଉଣ୍ଟର, ପ୍ରତୀକ୍ଷା କ୍ଷେତ୍ର, ଏସ୍କାଲେଟର୍, ଲିଫ୍ଟ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ଏହାସହ ଷ୍ଟେସନରେ ସୁଗମ୍ୟ ଯାତାୟାତ ଅନୁକୂଳ ଏସ୍କାଲେଟର ଏବଂ ଲିଫ୍ଟ ସହିତ ବର୍ଦ୍ଧିତ ଯାତ୍ରୀ ଉପଲବ୍ଧତା ବୈଶିଷ୍ଟ୍ୟ ରହିଛି ଯାହାକି ଦିବ୍ୟାଙ୍ଗଜନଙ୍କ ସମେତ ସମସ୍ତ ଯାତ୍ରୀଙ୍କ ଯାତାୟାତର ସୁନିଶ୍ଚିତତା କରିବ।  ଅନ୍ୟପଟେ , ପର୍ଯ୍ୟାପ୍ତ ପାର୍କିଂ ଏବଂ ପିକଅପ୍ / ଡ୍ରପ୍ ଅଫ୍ ସୁବିଧା ସହିତ କଟକ ଏବଂ ଏହାର ଆଖପାଖ ଜିଲ୍ଲାର ଯାତ୍ରୀମାନଙ୍କ ପାଇଁ ଷ୍ଟେସନ ଠାରେ ଅଧିକ ସୁଗମ ପ୍ରଦାନ କରିବ। ଏହି ଷ୍ଟେସନରେ ପ୍ରଧାନମନ୍ତ୍ରୀ ଭାରତ ଜନଔଷଧି କେନ୍ଦ୍ର , ଏଟିଏମ୍ କିଓସ୍କ, ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍  ଏବଂ ନାବାଡ୍ ଦ୍ୱାରା ପରିଚାଳିତ ୱାନ ଷ୍ଟେସନ୍ ୱାନ୍ ପ୍ରଡକ୍ଟ  ଟ୍ରଲି ସମର୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ପ୍ରଦର୍ଶିତ ଓ ବିକ୍ରି ହେବ। କେବଳ କଟକ ସହର ନୁହେଁ, ଏହି ପ୍ରବେଶ ପଥ ମଧ୍ୟ ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବଡ଼ମ୍ବା, ନରସିଂହପୁର ଏବଂ ନିଆଳି ଭଳି ଦୂରଦୂରାନ୍ତ ସ୍ଥାନର ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନୂତନ ଷ୍ଟେସନ ଭବନକୁ ପରିକଳ୍ପନା କରାଯାଇଛି। ନିରାପତ୍ତା, ସୁବିଧା, ଏବଂ ଆରାମ ଉପରେ ଧ୍ୟାନ ଦେଇ, ଷ୍ଟେସନ ଭବନ ଯାତ୍ରୀମାନଙ୍କୁ ଅସୁବିଧାମୁକ୍ତ ସୁବିଧା ଯୋଗାଇବା ସହ ଷ୍ଟେସନରେ ପାରମ୍ପାରିକ ଭାବରେ ସମ୍ମୁଖୀନ ହେଉଥିବା ସମୟ ସାପେକ୍ଷ ପ୍ରବେଶ ପ୍ରକ୍ରିୟାକୁ ସହଜ କରିବ। ଏହି ବିକାଶ ସହିତ କଟକ ରେଳ ଷ୍ଟେସନ ପୂର୍ବାଞ୍ଚଳ କ୍ଷେତ୍ରରେ ରେଳ ନେଟୱର୍କର ଏକ ପ୍ରମୁଖ ହବ୍ ହେବାକୁ ପ୍ରସ୍ତୁତ ହୋଇଛି, ଯାହା କେବଳ ଯାତ୍ରୀଙ୍କୁ ନୁହେଁ ବରଂ ବାଣିଜ୍ୟ ବ୍ୟାପାରକୁ ବୃଦ୍ଧି କରି ଏହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories