କଟକ : କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଗତକାଲି ଭୋରରୁ ଚମ୍ପଟ ମାରିଥିବା ଯୁବକଙ୍କ ମୃତଦେହ ଆଜି ଯୋବ୍ରା ବ୍ୟାରେଜରୁ ଉଦ୍ଧାର ହୋଇଛି। ମୃତ ଯୁବକ ହେଉଛନ୍ତି ଶଙ୍କର୍ଷଣ ବେହେରା। ଏକ ଚୋରି ଘଟଣାରେ ପଚରାଉଚରା ପାଇଁ ୩ ଦିନ ପୂର୍ବେ ଉକ୍ତ ଯୁବକଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ନିଆଯାଇଥିଲା। ସେଠାରୁ ସେ ଫେରାର ହୋଇଯାଇଥିଲେ। ଏହାପରେ ଆଜି ସକାଳୁ ଯୋବ୍ରା ବ୍ୟାରେଜରୁ ଅଗ୍ନିଶମ କର୍ମଚାରୀ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତଦେହ ଉଦ୍ଧାର ପରେ ପରିବାର ଲୋକେ ଚିହ୍ନଟ କରିଥିଲେ। ଅନ୍ୟପକ୍ଷରେ ଯୁବକଙ୍କ ପରିବାର ଲୋକେ ପୁଲିସର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସହି ନପାରି ଏପରି ଜୀବନ ହାରି ଥିବା ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ବୋଲି ସୂଚନା ମିଳିଛି।
Popular Categories



