www.samajalive.in
Saturday, December 6, 2025
26.1 C
Bhubaneswar

ଭସାଣରେ ଗୋଷ୍ଠୀ ସଂଘର୍ଷ: ୬ ଗିରଫ

କଟକ : କଟକ ଦରଘା ବଜାର ଭସାଣ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ଏ ନେଇ ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର କଟକରେ ମା’ ଦୁର୍ଗାଙ୍କ ଭସାଣ ଉତ୍ସବ ଚାଲିଥିବାବେଳେ ବିଳମ୍ବିତ ରାତିରେ ଦରଘାବଜ଼ାର ଥାନା ଅଞ୍ଚଳରେ ପ୍ରବଳ ଗଣ୍ଡଗୋଳ ଘଟିଥିଲା । ଢେଲାମାଡରେ ଡିସିପିଙ୍କ ସମେତ ୧୫ରୁ ଅଧିକ ଆହତ ହୋଇଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସ ସ୍ଥାନୀୟ ଅଞ୍ଚଳରେ ବିଏନ୍‌ଏସ୍‌ର ୧୬୩ ଧାରା ଜାରି କରିଥିଲା। ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇ ପୁଲିସକୁ ଲାଠିଚାଳନା କରିବାକୁ ପଡିଥିଲା।

ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ପ୍ରତିମା ଶୋଭାଯାତ୍ରାରେ ବିସର୍ଜନ ପାଇଁ ଦେବୀଗଡ଼ା ଅଭିମୁଖେ ଯାଉଥିଲେ । ତେବେ ଦରଘlବଜ଼ାର ଜେଲରୋଡ଼ର ଏକ ନିର୍ଦ୍ଦିଷ୍ଟ ଦିଗରୁ ହଠାତ୍‌ ଢେଲାମାଡ଼ ହୋଇଥିଲା । ଢେଲାମାଡ଼ର କାରଣ ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ଢେଲାମାଡ଼ ହେବାକୁ ଲାଗିଥିଲା। ପ୍ରାୟ ୧୫ ଜଣରୁ ଅଧିକ ଏଥିରେ ଆହତ ହୋଇଥିଲେ। ତେବେ ଆରମ୍ଭରୁ ଢେଲାମାଡ଼ ଯୋଗୁଁ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ ମଧ୍ୟ ପାଲଟା ନିର୍ଦ୍ଦିଷ୍ଟ ଦିଗକୁ ଢେଲାମାଡ଼ ହୋଇଥିଲା। ଫଳରେ ପରିସ୍ଥିତି ସଂପୂର୍ଣ୍ଣ ଅଣାୟତ୍ତ ହୋଇପଡିଥିଲା ।

- Advertisement -

କଟକ ଡିସିପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ସମେତ ଅନେକଙ୍କ ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଲାଗିଥିଲା । ଅନ୍ୟପକ୍ଷରେ ଏଭଳି ଘଟଣାର ପ୍ରତିବାଦରେ ଶୋଭାଯାତ୍ରାକାରୀ ରାସ୍ତା ଉପରେ ଧାରଣାରେ ବସିରହିଥିଲେ। ଏଥିଯୋଗୁଁ ରାତି ସାଢେ ଅଢେଇଟା ପରେ ପ୍ରତିମା ଶୋଭାଯାତ୍ର। ବନ୍ଦ ରହିଥିଲା। ରାସ୍ତାରେ ପାଖାପାଖି ୪୦ରୁ ଉର୍ଦ୍ଧ ପ୍ରତିମା ଅଟକି ରହିଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories