www.samajalive.in
Friday, December 12, 2025
19.1 C
Bhubaneswar

ଏସସିବି ପ୍ଲାଷ୍ଟିକ ସର୍ଜରୀରେ ବିରଳ ଅସ୍ତ୍ରୋପଚାର ; ଦୁଇଜଣଙ୍କ କଟାହାତ ଯୋଡାହେଲା

କଟକ :ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ୨ଟି ବିରଳ ଅସ୍ତ୍ରୋପଚାର କରାଯାଇଛି। ଛିଣ୍ଡି ପଡିଥିବା ଜଣେ ବ୍ୟକ୍ତିଙ୍କର ପାପୁଲି ଓ ଅନ୍ୟଜଣଙ୍କର କହୁଣୀ ତଳ ହାତକୁ ଅ​‌ସ୍ତ୍ରୋପଚାର କରାଯାଇ ଯୋଡାଯାଇଛି। ଡାକ୍ତରଙ୍କ ଦୀର୍ଘ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଭୟଙ୍କର ସଫଳତାର ସହ ଅସ୍ତ୍ରୋପଚାର ଶେଷ ହୋଇଥିଲା। ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଦୀର୍ଘବର୍ଷ ପରେ ଏଭଳି ଅସ୍ତ୍ରୋପଚାର ହୋଇଥିବା ବିଭାଗୀୟ ଡାକ୍ତର କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲା ଟାଉନଥାନା ଅନ୍ତର୍ଗତ ଦକ୍ଷିଣକାଳୀ ରୋଡ ଅଞ୍ଚଳର ଦୀନବନ୍ଧୁ ମଲ୍ଲିକଙ୍କ ପୁଅ ମନୋଜ (୪୮) ମେ ୨୨ରେ ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ରକରି କେତେକ ବ୍ୟକ୍ତି ତାଙ୍କ ହାତ ପାପୁଲିକୁ ଖଣ୍ଡାରେ ହାଣି ଦେଇଥିଲେ। ପରିବାର ଲୋକ ମନୋଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ସହିତ ତାଙ୍କ ପାପୁଲିକୁ କପଡାରେ ଗୁଡାଇ ଢେଙ୍କାନାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ୨୩ ରେ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେହିପରି ମେ ୨୯ରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସିମୁଲାଇ ଅଞ୍ଚଳର ଭାଗୀରଥୀ ସ୍ୱାଇଁଙ୍କ ପୁଅ ଦେବୀପ୍ରସାଦ (୪୦)ଙ୍କ ହାତକୁ କେତେକ ଦୁବୃର୍ତ୍ତ କଟୁରୀରେ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ଅସ୍ତ୍ରୋପଚାର ପାଇଁ ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। କଟି ଯାଇଥିବା ହାତକୁ ଲୁଗା କପଡାରେ ଗୁଡାଇ ପରିବାରଲୋକ ମେଡିକାଲକୁ ଆଣିଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ବିଭୁତିଭୂଷଣ ନାୟକଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଉଭୟଙ୍କର ଅଙ୍ଗ ଅଲଗା ହୋଇ ଯାଇଥିଲା। ଉକ୍ତ ଅଙ୍ଗଗୁଡିକ କିପରି ଯୋଡା ହେବ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ରାତି ପ୍ରାୟ ୨ଟାରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ୭ରୁ ୮ ଜଣ ଡାକ୍ତର ପର୍ଯ୍ୟାୟ କ୍ରମେ ୬ ଘଣ୍ଟା ଅସ୍ତ୍ରୋପଚାର କରି ଏହି ସଫଳତା ପାଇଥିଲେ। ଅସ୍ତ୍ରୋପଚାର ମାଇକ୍ରୋସ୍କୋପିରେ କରାଯାଇଥିଲା। ପ୍ରଫେସର ଡା. ବିଭୂତିଭୂଷଣ ନାୟକ କହିଛନ୍ତି ଯେ, ଦୁଇଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସରକାରଙ୍କ ଉନ୍ନତ ଯନ୍ତ୍ରପାତି ଓ ସୁବିଧା ଯୋଗୁଁ ଏହା ସଫଳ ହେଇପାରିଛି ବୋଲି ସେ କହିଛନ୍ତି। ପ୍ରଫେସର ଡା. ଅନ୍ନଦାପ୍ରସାଦ ପଟ୍ଟନାୟକ, ପ୍ରଫେସର ଡା. ନାୟକ, ଡା. ପ୍ରଶାନ୍ତ ବଳ, ଡା. ରଶ୍ମି, ଡା. ପୃଥୀରାଜ, ଡା. ଅରୁପ ତିର୍କୀ, ଡା. ତନ୍ମୟ, ନିଶ୍ଚେତକ ଡା. କମଳା, ଡା. ସଞ୍ଜୀବ, ଡା, ଏମଏମ ବାଗ ଏବଂ ଡା. ସସ୍ମିତା ଏହି ଅ‌େ‌ସ୍ତ୍ରାପଚାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories