www.samajalive.in
Friday, December 12, 2025
17.1 C
Bhubaneswar

ଲକ୍‌-ଡାଉନ୍‌‌ରେ ପରିବର୍ତ୍ତିତ ଜଳବାୟୁ

ଭାରତୀୟ ବୈଜ୍ଞାନିକ ସମୂହଙ୍କ ମତରେ ଜନଜୀବନ ଏଇ ଲକ୍‌-ଡାଉନ୍ ସମୟରେ ଅସ୍ତବ୍ୟସ୍ତ ହୋଇଗଲାଣି। ଭାଇରସ୍‌‌ର ପ୍ରକୋପରୁ ବର୍ତ୍ତିବା ନିମନ୍ତେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଲକ୍‌-ଡାଉନ୍ ଭଳି ପଦକ୍ଷେପ ଗ୍ରହଣ କରିବାକୁ ଉଚିତ୍ ମଣିଥିଲେ। ଏହା କାରଣରୁ ଆମ ପରିବେଶ ପୁର୍ନଜୀବିତ ହୋଇଛି କହିଲେ ଭୁଲ ହେବନାହିଁ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି। ବାୟୁ ପ୍ରଦୂଷଣ ଓ ଜଳ ପ୍ରଦୂଷଣ ସର୍ବନିମ୍ନସ୍ତରରେ ଥିବାର ଅନୁଧ୍ୟାନରୁ ପ୍ରକାଶ। ବିଶେଷଜ୍ଞ ଦଳଙ୍କ କହିବାନୁସାରେ, ଶୀତଦିନେ ଯେଉଁ ସମୟରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ସର୍ବାଧିକ ଥାଏ, ସେଇ ସମୟରେ ପ୍ରଶାସନ ଲକ୍-ଡାଉନ୍ ପଦକ୍ଷେପ ନେବା ବୁଦ୍ଧିମତ୍ତାର କାମ ଅଟେ। ସର୍ବେକ୍ଷଣ ଅନୁସାରେ, ଭାରତରେ ଲୋକ ସଂଖ୍ୟା ସହ ତାଳ ଦେଇ ଗାଡ଼ିମଟର ସଂଖ୍ୟା ବଢ଼ିଚାଲିଛି। ବିଦେଶୀ ରାଷ୍ଟ୍ର ଆମେରିକା, ଜାପାନ, ଇଟାଲୀ, ସ୍ପେନ୍‌‌ରେ ଲୋକେ ଏ ବାବଦରେ ସତର୍କ। ଜଣେ ବ୍ୟକ୍ତି ଗୋଟିଏ କାର୍ ରଖିବାକୁ ପସନ୍ଦ କରିଥାନ୍ତି। ଭାରତରେ କିନ୍ତୁ ଘରେଘରେ ୨-୩ କାର୍ ଲୋକେ ରଖୁଛନ୍ତି, ଯେଉଁ କାରଣରୁ ପ୍ରଦୂଷଣ ସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଦେଶର ଦକ୍ଷିଣ ଭାଗରେ ଏଇ ଲକ୍-ଡାଉନ୍ ସମୟରେ ପ୍ରଦୂଷଣ ହାର ୫୦-୬୦ ପ୍ରତିଶତ କମ୍ ହୋଇଥିଲା। ଜନସାଧାରଣ ନିଜ ଚିନ୍ତାଧାରା ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ପରିସ୍ଥିତି ଅଧିକ ଜଟିଳ ହେବାର ଭୟ ରହିଛି।

– ପରିବର୍ତ୍ତିତ ଜଳବାୟୁ କାରଣରୁ ଗଛଲତାଙ୍କ ଆୟୁଷ ମଧ୍ୟ କମିବାରେ ଲାଗିଛି। ନିକଟରେ ପଶ୍ଚିମବଙ୍ଗରେ ହୋଇଥିବା ଅମ୍ପନ ବାତ୍ୟାରେ ଶହଶହ ପୁରାତନ ଗଛ ଉପୁଡ଼ି ଯାଇଛି।

- Advertisement -

– ୨୦ଜଣ ବୈଜ୍ଞାନିକ ଅନୁସନ୍ଧାନ କରି ପ୍ରକାଶ କରିଛନ୍ତି ଯେ ଜଙ୍ଗଲ ହ୍ରାସ ପାଉଥିବାରୁ ଗଛର ଆୟୁ ମଧ୍ୟ କମିବାରେ ଲାଗିଛି। ଏହା ସହ ସହରୀକରଣ ଲୋଭରେ କଂକ୍ରିଟର ଛାଇ ମଧ୍ୟ ବୃକ୍ଷଲତାକୁ ନିପାତ କରୁଛି।

– ପୁଣେରେ ବିଭିନ୍ନ ପ୍ରାନ୍ତରେ ୪୫ଟି ବୃକ୍ଷ ରହିଛି, ଯାହାର ଆୟୁ ୩୦୦ବର୍ଷରୁ ଅଧିକ ହେବ। ସ୍ଥାନୀୟ ପ୍ରଶାସନ ଏସବୁ ଗଛର ରକ୍ଷଣାବେକ୍ଷଣ ପ୍ରତି ବେଶ୍ ଯତ୍ନବାନ୍।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories