www.samajalive.in
Thursday, December 11, 2025
27.1 C
Bhubaneswar

ଦୁଇବର୍ଷରେ ମଲେଣି ସାତ ପୁରୁଷ ; ଭୟରେ ଗାଁ ଛାଡ଼ିଲେ ଗ୍ରାମବାସୀ

ରଣପୁର : ନୟାଗଡ ଜିଲା ରଣପୁର ବ୍ଲକ ଦର୍ପନାରାୟଣପୁର ପଂଚାୟତ ଗୁଣ୍ଡରିବାଡି ଗ୍ରାମ। ଗ୍ରାମରେ ବାସ କରନ୍ତି ସାତଟି ପରିବାରର ୪୦ ରୁ ଉର୍ଦ୍ଧ ସଦସ୍ୟ। ତେବେ ଗତ ଦୁଇବର୍ଷ ମଧ୍ୟରେ ଉକ୍ତ ଗ୍ରାମର ସାତ ଜଣ ପୁରୁଷ ଲୋକଙ୍କ ମୃତ୍ୟୁ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଫଳରେ ଗାଁ ଛାଡି ସମୂହ ଗ୍ରାମବାସୀ ଏବେ ନିକଟସ୍ଥ ଗ୍ରାମରେ ଆଶ୍ରୟ ନେଇଥିବା ଜଣାପଡିଛି।

ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି ଯେ, ଯେଉଁ ଯୁବକମାନେ ବିବାହ କରୁଛନ୍ତି ସେମାନଙ୍କୁ ହଠାତ ଜ୍ୱର ସହ ରକ୍ତବାନ୍ତି ହେଉଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଉଥିଲେ ମଧ୍ୟ ପରମୁହୁର୍ତରେ ସେମାନଙ୍କ ମୃତ୍ୟୁ ଘଟୁଛି। ଏଭଳି ସାତ ଜଣ ଯୁବକଙ୍କ ମୃତ୍ୟୁ ହେଲାଣି। ଗାଁକୁ କୌଣସି ଡାହାଣୀ ଆସି ବିବାହିତ ଯୁବକଙ୍କୁ ମାରି ଦେଉଛି ବୋଲି ସେମାନଙ୍କ ମନରେ ସନ୍ଦେହ ହେବାରୁ ବହୁ ଗୁଣିଆ ଡାକି ଉକ୍ତ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କଲେ ହେଲେ କୌଣସି ସୁଫଳ ମିଳିଲାନି। ଗ୍ରାମବାସୀଙ୍କୁ ସରକାରୀ ଯୋଜନାରେ ମିଳିଛି ବିଜୁ ପକ୍କା ଘର, ମୋ କୁଡିଆ, ଇନ୍ଦିରା ଆବାସ ଆଦି ଗୃହ। ଗାଁକୁ ପକ୍କା ରାସ୍ତା ମଧ୍ୟ ହୋଇଛି। ସେମାନଙ୍କୁ ମଧ୍ୟ ମିଳିଛି ସରକାରୀ ଭତା। ହେଲେ ଏସବୁ ସରକାରୀ ସୁବିଧା ସତ୍ୱେ ଗ୍ରାମର ସମସ୍ତ ସଦସ୍ୟ ଗାଁ ଛାଡି ନିକଟସ୍ଥ ଦର୍ପନାରାୟଣପୁର ପଂଚାୟତରେ ଆଶ୍ରୟ ନେଇଛନ୍ତି। ଯିବା ବେଳେ ଘରର କବାଟ, ଝରକା ମଧ୍ୟ ତାଡି ନେଇଛନ୍ତି। ଏହି ଘଟଣା ଜଣାପଡିବା ପରେ ଅଂଚଳରେ ଆଲୋଚ୍ୟର ବିଷୟ ହୋଇଥିବାବେଳେ ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଏ ନେଇ ନୟାଗଡ ଉପଜିଲାପାଳ ଲଗ୍ନଜିତ ରାଉତଙ୍କ ସହ ଯୋଗାଯୋଗ କରିବାରେ, ମୁଁ ଆପଣଙ୍କଠୁ ଏ ବିଷୟରେ ଖବର ପାଇଲି ମୋ ପାଖକୁ ପୂର୍ବରୁ କୌଣସି ଏଭଳି ଅଭିଯୋଗ ଆସିନାହିଁ। ଏହା ଏକ ସ୍ପର୍ଶକାତର ଘଟଣା। ମୁଁ ଏ ନେଇ ରଣପୁର ବିଡିଓଙ୍କ ସହ ଆଲୋଚନା କରିବି। ବାସ୍ତବରେ ସେମାନେ ରୋଗରେ ମୃତ୍ୟୁବରଣ କରିଛନ୍ତି କି ଅନ୍ଧବିଶ୍ୱାସର ଭୟରେ ଗାଁ ଛାଡିଛନ୍ତି ଉଭୟ ସ୍ୱାସ୍ଥ୍ୟ ବିଭାଗ ଟିମ ଓ ବ୍ଲକ ପ୍ରଶାସନର ତଦନ୍ତ ପରେ ଜଣାପଡିବ। ସେମାନଙ୍କୁ ଥଇଥାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories