www.samajalive.in
Sunday, December 14, 2025
26.1 C
Bhubaneswar

ବନ୍ଧୁକ ମୁନରେ ଲୁଟ୍ କଲେ ୧୨ କୋଟି, କଟକରେ ଚାଞ୍ଚଲ୍ୟ

କଟକ: କଟକରେ ଗୁରୁବାର ଏକ ଫାଇନାନ୍ସ କମ୍ପାନିରୁ ବଡ଼ ଧରଣର ଡକାୟତି ଘଟିଛି। କଟକସ୍ଥିତ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ନାମକ ଏକ ଫାଇନାନ୍ସ କଂପାନିରୁ ୧୨କୋଟି ଟଙ୍କା ଡକାୟତି ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ଚାରିଜଣ ବନ୍ଧୁକଧାରୀ ଫାଇନାନ୍ସ କଂପାନି ଅଫିସ ଭିତରକୁ ପଶି କର୍ମଚାରୀମାନଙ୍କୁ ଭୟଭୀତ କରି ୧୨କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏଥିସହ ବହୁ ପରିମାଣର ସୁନାଗହଣା ମଧ୍ୟ ଲୁଟ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି କଟକ ନୟାସଡ଼କ ସ୍ଥିତ ଏକ ଘରୋଇ ଋଣ ଓ ନିବେଶ କେନ୍ଦ୍ର (ଆଇଆଇଏଫ୍‌ଏଲ୍)କୁ ଚାରି ଯୁବକ ଦୁଇଟି ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପାଖାପାଖି ୧୨ କୋଟିର ଟଙ୍କାର ବନ୍ଧକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଘଟଣା ସ୍ଥଳରେ ଲାଲବାଗ ଥାନା ପୁଲସି ପହଞ୍ଚି ତଦନ୍ତ ଆରମ୍ଭ କରିଥିବା‌ବେଳେ ସିସିଟିଭି ଫୁଟେଜ୍‌ ଜବତ କରିଛି। କମିଶ‌ନ୍‌ରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଏକ ଟିମ ଗଠନ କରି ର୍ଦୁବୃତ୍ତଙ୍କୁ ଠାବ କରାଯିବ ବୋଲି ସୂଚନା ମିଳିଛି। ତେବେ ଲୁଟ୍‌ ଖବର ପାଇ ସ୍ଥାନୀୟ ପୋଲିସ ଓ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି । କଟକ ଲୁଟ୍ ଘଟଣାରେ ବ୍ୟାଙ୍କର ୪ କର୍ମଚାରୀ ଅଟକ ରହିଛନ୍ତି। ୪ ଜଣଙ୍କୁ ପୁଲିସ୍ ଅଟକ ରଖି ପୁଲିସ୍ ପଚରାଉଚାର କରୁଛି।

- Advertisement -

 

 

 

 

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories