www.samajalive.in
Thursday, December 11, 2025
15.1 C
Bhubaneswar

କରୋନା ପ୍ରଭାବ: ଅପରାଧ ପଞ୍ଜୀକରଣ ୧୩ % ହ୍ରାସ ପାଇଛି

ଭୁବନେଶ୍ବର : କରୋନାକୁ ମହାମାରୀ ରାଜ୍ୟ ସରକାର ଘୋଷଣା କରିବା ସହିତ ଦିନକୁ ଦିନ ଗୋଟିଏ ପରେ ଗୋଟିଏ କଟକଣା କରି ଚାଲିଛନ୍ତି। ତେବେ ଚଳିତ ମାସର ପ୍ରଥମ ୧୫ଦିନ ସୁଦ୍ଧା ରାଜଧାନୀରେ ଅପରାଧ ପଞ୍ଜୀକରଣ ହ୍ରାସ ପାଇଛି। ଗତ ପ୍ରାୟ ସପ୍ତା​‌​‌ହେ ହେବ ଅପରାଧ ପଞ୍ଜୀକରଣ ଆଶାତୀତ ଭାବେ କମିଛି। ଗତ ଫେବୃଆରୀ ମାସର ପ୍ରଥମ ୧୫ ଦିନ ମଧ୍ୟରେ ଯେତେ ମାମଲା ପଞ୍ଜିକୃତ ହୋଇଥିଲା ତାହା ଚଳିତ ମାସର ପ୍ରଥମ ୧୫ ଦିନରେ ୧୩ ପ୍ରତିଶତ ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ଡିସିପି ଅନୁପ କୁମାର ସାହୁ।

ଭୁବନେଶ୍ବର ସହରାଞ୍ଚଳ ଜିଲାରେ ୨୧ଟି ଥାନା ରହିଛି। ଚଳିତ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଏସବୁ ଥାନାଗୁଡ଼ିକରେ ୬୮୯ଟି ମାମଲା ରୁଜୁ ହୋଇଛି। ଗତ ଫେବୃଆରୀ ମାସର ପ୍ରଥମ ୧୫ ଦିନରେ ୭୯୧ଟି ମାମଲା ରୁଜୁ ହୋଇଥିଲା। ବିଶେଷ କରି ୧୦ଟି ପ୍ରମୁଖ ଅପରାଧ ଶ୍ରେଣୀରେ ଏସବୁ ମାମଲା ରୁଜୁ ହୋଇଛି। ପ୍ରଥମ ୧୫ ଦିନରେ ବିଭିନ୍ନ ପ୍ରକାର ଗଣ୍ଡଗୋଳ ଭଳି ବିବିଧ ଶ୍ରେଣୀରେ ମାମଲା ବହୁ ହ୍ରାସ ପାଇଥିବା ବେଳେ ଡକାୟତି ଆଦୌ ହୋଇନାହିଁ। ରାହାଜାନି ଓ ସୁନଚେନ୍ ଲୁଟ୍‌ ଘଟଣା ବହୁ ହ୍ରାସ ପାଇଛି ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି। କରୋନାର ପ୍ରଭାବ ହୁଏତ ଅପରାଧୀଙ୍କ ଉପରେ ପଡ଼ିଛି। ବିଭିନ୍ନ ଅଫିସ, ମଲ୍‌ ଓ ଦୋକାନ ଆଦି ବନ୍ଦ ହେବା ଏବଂ ସର୍ବସାଧାରଣ ସ୍ଥାନରେ ଜନଗହଳି ହ୍ରାସ ପାଇବା ଫଳରେ ଅନେକ ଅପରାଧ କମିଛି। ସେହିପରି ପର୍ଯ୍ୟାୟକ୍ରମେ ବାର୍‌ଗୁଡ଼ିକ ଉପରେ କଟକଣା କରାଯିବା, ମଦ ଦୋକାନରେ ସାମାଜିକ ଦୂରତ୍ବ ରଖାଯିବା ଭଳି ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ଅନେକ ଅପରାଧ ହ୍ରାସ ପାଇଥିବା ଜଣାପଡ଼ିଛି।

- Advertisement -

ଏହି ୧୫ ଦିନରେ ରାଜଧାନୀରେ ସଙ୍ଗୀନ ଅପରାଧ ମଧ୍ୟରେ କେବଳ ନୂଆପଲ୍ଲୀ ଥାନା ଅଞ୍ଚଳରେ ଏକ ମାତ୍ର ହତ୍ୟାକାଣ୍ଡ ଘଟିଛି। ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇ ଜଣେ ଛାତ୍ର ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କର ଗତ ୧୮ ତାରିଖରେ ମୃତ୍ୟୁ ଘଟିଥିଲା। ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ଏହାକୁ ହତ୍ୟା ମାମଲାରେ ରୂପାନ୍ତର କରିଥିଲା। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories