ଭୁବନେଶ୍ବର: ଜାମତରା ଗ୍ୟାଙ୍ଗ ସଦସ୍ୟଙ୍କ ରିମାଣ୍ଡ ପରେ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇ କହିଛନ୍ତି ଯେ ରିମାଣ୍ଡରେ ମାଷ୍ଟରମାଇଣ୍ଡ ସମ୍ପର୍କରେ ସୁରାକ ମିଳିଛି। ଝାଡ଼ଖଣ୍ଡରେ ରହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅପରେଟ କରୁଥିଲା। ଲୋକଙ୍କ ବ୍ୟାଙ୍କ ଡାଟା ମୁମ୍ବଇରେ ରହୁଥିବା ଜଣେ ବ୍ୟକ୍ତି ଯୋଗାଉଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୭ଟି ରାଜ୍ୟରେ ୫୫ଟି ଠକେଇ କରିଥିବା ଏତଲା ହୋଇଛି। ସର୍ବାଧିକ ୪୫ଟି ଠକେଇ ମାମଲା ତେଲେଙ୍ଗାନାରେ ଦାୟର ହୋଇଛି। ଅଜଣା ନମ୍ବରରୁ ଆସିଥିବା କଲ ଓ ମେସେଜ ପ୍ରତି ସତର୍କ ରହିବାକୁ ଏଡିଜି କହିଛନ୍ତି। କୌଣସି ବ୍ୟକ୍ତଗତ ନମ୍ବରରୁ କେହି କଲ କରି ଡାଟା ମାଗିଲେ ସତର୍କ ରୁହନ୍ତୁ। କେୱାସି ଅପଡେଟ ବା ଓଟିପି ନମ୍ବର ଆଦୌ ସେୟାର କରନ୍ତୁ ନାହିଁ। ଆସୁଥିବା ଅଜଣା କଲ ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲରେ ଜଣାନ୍ତୁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ପ୍ରକାଶ କରିଛନ୍ତି।
Popular Categories



