www.samajalive.in
Tuesday, December 9, 2025
26.1 C
Bhubaneswar

ମାଟିତଳେ ଗୁପ୍ତଧନ! ଏମାର ମଠ ଖୋଳା- ଖୋଜୁଥିଲେ ରୂପା ମିଳିଲା ଲୁହା

ପୁରୀ – ମାଟିତଳେ ଗୁପ୍ତଧନ ଏମିତି ସନ୍ଦେହରେ ମେଟାଲ ଡିକ୍ଟେକ୍ଟରରେ ଏମାର ମଠ ଯାଞ୍ଚ କରାଯାଇଥିଲା । କେତକସ୍ଥାନରେ ରୂପା ଇଟା ଥିବା ସନ୍ଦେହ କରାଯାଇଥିଲା । ପରେ ଏମାର ମଠ ଖୋଳାଯାଇଥିଲା । ମାତ୍ର ସେଠାରୁ ରୂପା ବଦଳରେ ଲୁହା ଖଣ୍ଡ ମିଳିଛି । ଟିକିନିଖି ଯାଞ୍ଚ ପରେ ଏମାର ମଠ ପରିସରକୁ ଉପଜିଲ୍ଲାପାଳ, ଉଚ୍ଚପଦସ୍ଥ ପୁଲିସ୍ ଅଧିକାରୀ, ମାଜିଷ୍ଟ୍ରେଟ୍, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଏବଂ ଟ୍ରଷ୍ଟବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ଖୋଳାଯାଇଥିଲା । ସେଠାରୁ ଏକ ଲୁହା ଖଣ୍ଡ ମିଳିଥିଲା । ଏହାପରେ ଅନ୍ୟ ସ୍ଥାନକୁ ଖୋଳାଯିବ ବୋଲି ସୂଚନା ମିଳିଛି ।

ଏହା ଓଡ଼ିଶାର ସବୁଠାରୁ ବଡ ଏବଂ ଧନୀ ମଠ ଥିଲା । ଗତବର୍ଷ ଅଗଷ୍ଟ ୧୬ ତାରିଖରେ ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହ କରାଯାଇ ମେଟାଲ ଡିକ୍ଟେକ୍ଟରରେ ଯାଞ୍ଚ କରାଯାଇଥିଲା । ମାତ୍ର ଶୁକ୍ରବାରରେ ଉଚ୍ଚକ୍ଷମତା ବିଶିଷ୍ଟ ମେଟାଲ ଡିକ୍ଟେକ୍ଟର ବ୍ୟବହାର କରାଯାଇଥିଲା । ପୂର୍ବରୁ ୨୦୧୧ ମସିହାରେ ଏଠାରୁ ୫୨୨ ଖଣ୍ଡ ଏବଂ ଗତ ବର୍ଷ ୪୫ ଖଣ୍ଡ ରୂପା ଇଟା ମିଳିଥିଲା। ଏମାର ମଠରେ ଅଧିକ ଗୁପ୍ତଧନ ଥିବା ଆଶଙ୍କା କରାଯାଇ ଏହାର ଯାଞ୍ଚ କରାଯିବା ସହ ଖୋଳାଯାଉଛି ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories