www.samajalive.in
Saturday, December 6, 2025
16.1 C
Bhubaneswar

ହ୍ବିଲ ଚେୟାର କ୍ରିକେଟ ଖେଳାଳି ସମ୍ବର୍ଦ୍ଧିତ

ଭୁବନେଶ୍ବର : ଇଚ୍ଛାଶକ୍ତି ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହାର ଉଦାହରଣ  ସୃଷ୍ଟି କରିଛନ୍ତି ହ୍ବିଲ ଚେୟାର କ୍ରିକେଟ ଖେଳାଳି ବସନ୍ତ ନିମ ଶ୍ରିଷ୍ଠ। ଗତ ୨୬ ତାରିଖ ଦିନ ରାଜଗାଙ୍ଗପୁରରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବସନ୍ତ।   ଶିବିରକୁ ଉଦଘାଟନ କରି ସେ ପ୍ରଥମେ ରକ୍ତଦାନ କରିଥିଲେ।

ସେଠାରେ ଉପସ୍ଥିତ ରହି ରକ୍ତଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ବସନ୍ତଙ୍କ ସେବା ମନୋବୃତ୍ତି ଲୋକମାନଙ୍କୁ ପ୍ରଭାବିତ କରିଥିଲା। ଶିବିରରେ ୧୦୮ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଥିଲା। ରକ୍ତଦାନ ଶିବିରରେ ବସନ୍ତଙ୍କ ଯୋଗଦାନ ଏବଂ ତାଙ୍କର କାର୍ଯ୍ୟ ପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚାଲିବାର ଶକ୍ତି ହରାଇଥିବା ରାଜଗାଙ୍ଗପୁରର ଏହି ଅନ୍ତର୍ଜାତୀୟ ହ୍ବିଲ ଚେୟାର କ୍ରିକେଟ ଖେଳାଳି କେବଳ କ୍ରିକେଟରେ ନିଜର ଦକ୍ଷତା ପ୍ରଦର୍ଶନ କରି ନାହାନ୍ତି ବରଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିଛନ୍ତି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories