www.samajalive.in
Wednesday, December 10, 2025
26.1 C
Bhubaneswar

କ୍ରିକେଟ୍‌ ପରାମର୍ଶଦାତା କମିଟିରେ ମଦନ ଲାଲ୍‌, ଆରପି ସିଂହ ଓ ସୁଲକ୍ଷଣା

ନୂଆଦିଲ୍ଲୀ : ବିସିସିଆଇ ତରଫରୁ କ୍ରିକେଟ୍‌ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏହି କମିଟିରେ ପୂର୍ବତନ କ୍ରିକେଟର୍‌ ରୁଦ୍ରପ୍ରତାପ (ଆରପି) ସିଂହ, ମଦନ ଲାଲ୍‌ ଓ ସୁଲକ୍ଷଣା ନାଏକଙ୍କୁ ନିଯୁକ୍ତ କରାଯାଇଛି।
ମୁଖ୍ୟ ମନୋନୟନକାରୀ ଏମ୍‌ଏସକେ ପ୍ରସାଦ ଓ ଗଗନ ଖୋଡାଙ୍କ ସ୍ଥାନରେ ଜାତୀୟ ସିନିୟର କ୍ରିକେଟ୍‌ ଦଳ ମନୋନୟନକାରୀ କମିଟିରେ କାହାକୁ ନିଯୁକ୍ତ କରାଯିବ ସେ ସଂପର୍କରେ ଏହି କମିଟି ନିଷ୍ପତ୍ତି ନେବ। ସୂଚନାଥାଉକି ପୂର୍ବରୁ କପିଳ ଦେବ, ଅଂଶୁମାନ ଗାଏକ୍ବାଡ୍‌ ଓ ଶାନ୍ତା ରଙ୍ଗାସ୍ବାମୀ କ୍ରିକେଟ୍ ପରାମର୍ଶଦାତା କମିିଟି ସଦସ୍ୟ ଭାବେ କାମ କରୁଥିଲେ। ତେବେ ସେମାନଙ୍କ ବିରୋଧରେ ସ୍ବାର୍ଥଗତ ସମସ୍ୟା ଅଭିଯୋଗ ଆସିବା ପରେ ସେମାନେ ଏହି ପଦରୁ ଇସ୍ତଫା ଦେଇଥିଲେ।
ମଦନ ଲାଲଙ୍କୁ ବର୍ତ୍ତମାନ ୬୮, ସୁଲକ୍ଷଣାଙ୍କୁ ୪୧ ଓ ଆରପି ସିଂହଙ୍କୁ ୩୪ ବର୍ଷ ହୋଇଥିବା ବେଳେ ସେମାନେ ଗୋଟିଏ ବର୍ଷ ପାଇଁ ଏହି ପଦରେ କାମ କରିବେ। ମଦନଲାଲ୍‌ ଭାରତ ତରଫରୁ ୩୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୭୧ଟି ୱିକେଟ୍ ହାସଲ କରିଥିବା ବେଳେ ୬୭ଟି ଦିନିକିଆ ଖେଳି ୭୩ଟି ୱିକେଟ୍ ହାସଲ କରିଛନ୍ତି। ସେହିପରି ଆରପି ସିଂହ ଭାରତ ତରଫରୁ ୧୪ଟି ଟେଷ୍ଟ ଖେଳି ୪୦ଟି ୱିକେଟ୍‌, ୫୮ଟି ଦିନିକିଆରେ ୬୯ ଓ ୧୦ଟି ଟ୍ବେଣ୍ଟି୨୦ରୁ ୧୫ଟି ୱିକେଟ୍ ହାସଲ କରିଥିଲେ। ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ୱିକେଟରକ୍ଷକ ସୁଲକ୍ଷଣା ୨ଟି ଟେଷ୍ଟ, ୪୬ଟି ଦିନିକିଆ ଓ ୩୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories