www.samajalive.in
Saturday, December 13, 2025
21.1 C
Bhubaneswar

କ୍ରିକେଟ୍‌ ପାଇଁ ପାଗଳ ପ୍ରଶଂସକ : ସୁଧୀର, ଧରମବୀର ଓ ପିଣ୍ଟୁ

କ୍ରିକେଟର ୩ ନିଆରା ପ୍ରଶଂସକ ସୁଧୀର ଗୌତମ, ଧରମବୀର ଓ ପିଣ୍ଟୁ ବେହେରା ବାରବାଟୀର ଅନ୍ୟତମ ଆକର୍ଷଣ ପାଲଟିଛନ୍ତି। କୁକୁଡ଼ାଖଣ୍ଡିର ପିଣ୍ଟୁ ବେହେରା ଟାଟୁ ମ୍ୟାନ ଭାବେ ବେଶ ପରିଚିତ । ଦେହଶାରା ବିରାଟ କୋହଲିଙ୍କ ଟାଟୁ ଆଙ୍କିଛନ୍ତି। ଏହାଛଡ଼ା ବିଭିନ୍ନ ରେକର୍ଡ ମଧ୍ୟ ଅଙ୍କା ଯାଇଛି ଦେହରେ। ବିରାଟଙ୍କ ଏହି ପ୍ରଶଂସକ ବିଶାଖାପାଟଣା ମ୍ୟାଚ ଦେଖିଥିବାବେଳେ କଟକ ମ୍ୟାଚ ଦେଖିବା ଲାଗି ବାରବାଟୀରେ ପହଞ୍ଚିଛନ୍ତି। ଏଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ମଧ୍ୟ ଟିକଟ ଯୋଗାଇ ଦିଆଯାଇଛି। ଜଣେ ମାର୍ବଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପିଣ୍ଟୁ ବିଶାଖାପାଟଣା ମ୍ୟାଚରେ ବିରାଟଙ୍କୁ ଭେଟିଥିବାବେଳେ କଟକ ମ୍ୟାଚରେ ମଧ୍ୟ ଶନିବାର ଭେଟିବାର ଲକ୍ଷ୍ୟ ରଖିଥିଲେ। ପୁଲିସ କଡା ସୁରକ୍ଷା କାରଣରୁ ଭେଟି ପାରିନଥିବାରୁ ରବିବାର ମ୍ୟାଚ ପରେ ଭେଟିବାକୁ ଲକ୍ଷ୍ୟ ରଖିଛନ୍ତି।

Image Source : ANI News

ସେହିପରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସ୍ବତନ୍ତ୍ର ପ୍ରଶଂସକ ବିହାର ମୁଜାଫରପୁରର ସୁଧୀରଙ୍କ କଟକ ହେଉଛି ୨୪୫ତମ ଦିନିକିଆ ମ୍ୟାଚ। ଶରୀରରେ ତିନି ରଙ୍ଗର ଛାପ, ହାତରେ ତ୍ରିରଙ୍ଗା ପତାକା ଓ ୧୦୦ ନମ୍ବର ଜର୍ସି ପିନ୍ଧିଛନ୍ତି ସୁଧୀର। ହାତରେ ଗୋଟିଏ ବଡ ଶଙ୍ଖ ଧରି ବାରବାଟୀରେ ପହଞ୍ଚିଛନ୍ତି। ଭାରତରେ ଯେକୌଣସି ସ୍ଥାନରେ ଭାରତ ଖେଳୁଥିବା ମ୍ୟାଚ ଲାଗି ବିସିସିଆଇ ପକ୍ଷରୁ ମ୍ୟାଚ ଦେଖିବା ଓ ଯାତାୟତ ନେଇ ସୁବିଧା ଯୋଗାଇ ଦିଆଯାଉଛି। ଏଥିମଧ୍ୟରେ ସୁଧୀର ୨୦୦୩ ମସିହାରୁ ଭାରତରେ ଖେଳାଯାଉଥିବା ସମସ୍ତ ମ୍ୟାଚକୁ ଦେଖିବା ସହ ଟିମ୍‌ ଇଣ୍ଡିଆକୁ ଚିୟର କରୁଛନ୍ତି। ପଞ୍ଚମ ଥର ପାଇଁ କଟକ ଆସିଥିବା ସୁଧୀରଙ୍କ ଲକ୍ଷ୍ୟ ରହିଛି ବାରବାଟୀରେ ଟିମ୍‌ ଇଣ୍ଡିଆର ବିଜୟ ହେଉ।

- Advertisement -
Image Credit : amarujala.com

ସେହିପରି କ୍ରିକେଟର ଅନ୍ୟତମ ନିଆରା ପ୍ରଶଂସକ ହେଉଛନ୍ତି ଦିବ୍ୟାଙ୍ଗ ଧରମବୀର। ପୋଲିଓରେ ଦୁଇଗୋଡ ଆକ୍ରାନ୍ତ ହୋଇଥିବା ଚେନ୍ନଇର ଏହି କ୍ରିକେଟ ପ୍ରଶଂସକ ଧରମବୀର ବାରବାଟୀରେ ଟିମ୍‌ ଇଣ୍ଡିଆକୁ ଉତ୍ସାହିତ କରିବା ନେଇ ପହଞ୍ଚିଛନ୍ତି। ସୁଧୀର, ଧରମବୀର ଓ ପିଣ୍ଟୁଙ୍କ ଉପସ୍ଥିତ ଶନିବାର ବାରବାଟୀରେ ନିଆରା କ୍ରିକେଟ ପରିବେଶ ସୃଷ୍ଟି କରିଥିବାବେଳେ ରବିବାର ଗ୍ୟାଲେରୀରେ ଅନ୍ୟତମ ଆକର୍ଷଣ ପାଲଟିବେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories