www.samajalive.in
Sunday, December 14, 2025
26.1 C
Bhubaneswar

ପାଣ୍ଡ୍ୟାଙ୍କ ଘାତକ ବୋଲିଂ ; ଇଂଲଣ୍ଡ ୧୬୧ରେ ଅଲ୍ ଆଉଟ୍

ଟ୍ରେଣ୍ଟବ୍ରିଜ୍‍ : ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ ମ୍ୟାଚ୍‍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ୧୬୧ ରନ କରି ଅଲ୍ ଆଉଟ ହୋଇଯାଇଛି । ହାର୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଆଗରେ ଇଂଲଣ୍ଡ ଧରାଶାୟୀ ହୋଇଛି । ଫଳରେ ମାତ୍ର  ୩୮.୨ ଓଭରରେ ଇଂଲଣ୍ଡ ୧୬୧ ରନ କରି ଅଲ୍ ଆଉଟ ହୋଇଛି । ଦଳ ପକ୍ଷରୁ ବଟଲର ସର୍ବାଧିକ ୩୯ ରନ ସଂଗ୍ରହ କରିଛନ୍ତି ।

ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରି  ଭୋଜନ ବିରତି ସୁଦ୍ଧା ପ୍ରଥମ ଇନିଂସରେ କୌଣସି ୱିକେଟ ନ ହରାଇ ୪୬ ରନ ସଂଗ୍ରହ କରିଥିବା ବେଳେ ବିରତି  ପରେ ୨ଟି ୱିକେଟ ହରାଇଥିଲା । ୧୩ ଓଭର ସୁଦ୍ଧା ୨ଟି ୱିକେଟ ହରାଇ ୫୮ ରନ ସଂଗ୍ରହ କରିଥିଲା। ପରେ ନିୟମିତ ବ୍ୟବଧାନରେ ଇଂଲଣ୍ଡର  ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା। ୩୪ ଓଭରରେ ୯ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲା। ଶେଷରେ ୩୮.୨ ଓଭରରେ ଦଳ୧୬୧ ରନ କରି ଅଲ୍ ଆଉଟ ହୋଇଥିଲା।

- Advertisement -

ଭାରତ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୫ ୱିକେଟ ହାସଲ କରିଥିବା ବେଳେ ଈଶାନ୍ତ ଶର୍ମା ଓ ଯଶପ୍ରିତ ବୁମରା ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ।

 ପୂର୍ବରୁ  ପ୍ରଥମ ଇନିଂସରେ ଭାରତ ୩୨୯ ରନ କରି ଅଲ ଆଉଟ ହୋଇଯାଇଥିଲା। ପ୍ରଥମ ଦିନର ଅସମାପ୍ତ ଇନିଂସ ୩୦୭/୬ ରୁ ଖେଳ ଆରମ୍ଭ କରି ଭାରତ ଆଉ ୨୭ ରନ ଯୋଡିବା ପରେ ଅଲ ଆଉଟ ହୋଇଯାଇଛି। ମ୍ୟାଚ୍‍ର ଦ୍ବିତୀୟ ଦିନରେ ଋଷଭ ପନ୍ତ୍‍ ୨୪, ଅଶ୍ବିନ ୧୪, ଈାଶାନ୍ତ ଶର୍ମା ୧ ରନ୍ ଏବଂ ମହମ୍ମଦ ସାମି  ୩ ରନ କରି ଆଉ ଆଉଟ ହୋଇଛନ୍ତି। ଇଂଲଣ୍ଡ ପକ୍ଷରୁ ଜେମ୍‍ସ ଆଣ୍ଡରସନ୍‍, ଷ୍ଟୁଆର୍ଟ ବ୍ରଡ୍‍ ଓ  କ୍ରିସ୍‍ ୱକ୍‍ସ ପ୍ରତ୍ୟେକ ୩ ଟି ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି।

ଶନିକାର ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‍ ଟସ୍‍ ଜିତି ଫିଲ୍‍ଡିଂ ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଇଂଲଣ୍ଡର ଦୁଇ ନୂଆ ବଲ୍‍ ବୋଲର ଜେମ୍‍ସ ଆଣ୍ଡରସନ୍‍ ଓ ଷ୍ଟୁଆର୍ଟ ବ୍ରଡ୍‍ ଯଥାର୍ଥ ପ୍ରମାଣିତ କରିବା ସହ ଚମତ୍କାର ବୋଲିଂ କରିଥିଲେ। ଭାରତୀୟ ଓପ୍‍ନିଂ ଯୋଡ଼ି ୬୦ ରନ୍‍ର ଭାଗିଦାରୀ କରିଥିଲେ; ଯାହା ଚଳିତ ସିରିଜ୍‍ର ସର୍ବାଧିକ। କ୍ରିସ୍‍ ୱକ୍‍ସ ବୋଲିଂ କରିବାକୁ ଆସି ଜଲ୍‍ଦି ୩ଟି ୱିକେଟ ନେଇଥିଲେ। ୱକ୍‍ସଙ୍କ ବଲ୍‍କୁ ସ୍ଲିପ୍‍ ହାତକୁ ମାରିଥିଲେ ଧାୱନ। ବାମହାତି ଧାୱନ ୭ଟି ଚୌକା ସହ ୩୫ ରନ୍‍ କରିଥିଲେ। ୱକ୍‍ସଙ୍କ ପରବର୍ତ୍ତୀ ଓଭରରେ ଏକ ଚମତ୍କାର ଇନ୍‍ସ୍ୱିଙ୍ଗରରେ ରାହୁଲ ଏଲ୍‍ବିଡବ୍ଲ୍ୟୁ ହୋଇଥିଲେ। ଭୋଜନ ବିରତିର ଠିକ୍‍ ପୂର୍ବରୁ ଭାରତ ୩ୟ ୱିକେଟ ହରାଇଥିଲା। ୱକ୍‍ସଙ୍କ ସର୍ଟ ବଲ୍‍କୁ ହୁକ୍‍ କରିବାକୁ ଯାଇ ଫାଇନ୍‍ଲେଗ୍‍ ହାତକୁ କ୍ୟାଚ୍‍ ଦେଇଥିଲେ ଚେତେଶ୍ୱର ପୂଜାରା। ପୂଜାରା ୨ଟି ଚୌକା ସହ ୧୪ ରନ୍‍ କରିଥିଲେ। ୮୨ ରନ୍‍ରେ ୩ଟି ୱିକେଟ ହରାଇ କଷ୍ଟସାଧ୍ୟ ସ୍ଥିତିରେ ଥିବା ବେଳେ କୋହଲି ଓ ଅଜିଙ୍କ୍ୟ ରାହାଣେ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ଶତକ ହାସଲ କରିବେ ବୋଲି ଲାଗୁଥିଲେ ହେଁ ଏଥିରେ ବିଫଳ ହୋଇଥିଲେ। ୪ର୍ଥ ୱିକେଟ ପାଇଁ କୋହଲି-ରାହାଣେ ୧୫୯ ରନ୍‍ ଯୋଡ଼ିଥିଲେ। ରାହାଣେ ୧୨ଟି ଚୌକା ସହ ୮୧ ରନ୍‍ କରିଥିଲେ। କୋହଲି ମାତ୍ର ୩ ରନ୍‍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। କୋହଲି ୧୧ଟି ଚୌକା ସହ ୯୭ ରନ୍‍ କରିଥିଲେ। ପରେ ହାର୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ୍‍ ୬ଷ୍ଠ ୱିକେଟ ପାଇଁ ୩୨ ରନ୍‍ ଯୋଡ଼ିଥିଲେ। ଶେଷ ଓଭରରେ ପାଣ୍ଡ୍ୟା ୧୮ ରନ୍‍କରି ଆଉଟ ହୋଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories