www.samajalive.in
Tuesday, December 9, 2025
26.1 C
Bhubaneswar

ଜାନୁଆରୀରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ନ୍ୟୁଜିଲାଣ୍ଡ ଗସ୍ତ

ୱେଲିଙ୍ଗ୍‍ଟନ: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳ ଆସନ୍ତାବର୍ଷ ଜାନୁଆରୀରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଦିନିକିଆ ଓ ଟ୍ୱେଣ୍ଟି୨୦ ସିରିଜ ଖେଳିବ। ପୁରୁଷ ଦଳ ୫ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ ଖେଳୁଥିବାବେଳେ ମହିଳା ଦଳ ମଧ୍ୟରେ ୩ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ ଆୟୋଜିତ ହେବ। ଭାରତୀୟ ପୁରୁଷ ଦଳ ଜାନୁଆରୀ ୨୩ରେ ପ୍ରଥମ ଦିନିକିଆ ନାପିଏରରେ ଖେଳୁଥିବାବେଳେ ମାଉଣ୍ଟ ମାଉଙ୍ଗାନୁଇରେ ପରବର୍ତ୍ତୀ ଦୁଇଟି ଦିନିକିଆ (ଜାନୁଆରୀ ୨୬ ଓ ୨୮), ହାମିଲଟନରେ ୪ର୍ଥ ଦିନିକିଆ (ଜାନୁଆରୀ ୩୧) ଓ ୱେଲିଙ୍ଗ୍‍ଟନରେ ୫ମ ଦିନିକିଆ (ଫେବୃଆରୀ ୩) ଖେଳାଯିବ ବୋଲି ଜଣାପଡିଛି। ଫେବୃଆରୀ ୬ରେ ପ୍ରଥମ ଟ୍ୱେଣ୍ଟି୨୦ ୱେଲିଙ୍ଗ୍‍ଟନରେ, ଫେବୃଆରୀ ୮ରେ ୨ୟ ଟ୍ୱେଣ୍ଟି୨୦ ଅକ୍‍ଲାଣ୍ଡରେ ଓ ଫେବୃଆରୀ ୧୦ରେ ୩ୟ ଟ୍ୱେଣ୍ଟି୨୦ ହାମିଲଟନରେ ଖେଳାଯିବ।
ଅପରପକ୍ଷରେ ଭାରତ ଓ ନ୍ୟୁଜିଲାଣ୍ଡ ମହିଳା ଦଳ ମଧ୍ୟରେ ତିନିଟି ଦିନିକିଆ ଯଥାକ୍ରମେ ନାପିଏର (ଜାନୁଆରୀ ୨୪), ମାଉଣ୍ଟ ମାଉଙ୍ଗାନୁଇ (ଜାନୁଆରୀ ୨୯), ହାମିଲଟନରେ (ଫେବୃଆରୀ ୧) ଖେଳାଯିବ। ୬ ଫେବୃଆରୀରେ ପ୍ରଥମ ଟ୍ୱେଣ୍ଟି୨୦ ୱେଲିଙ୍ଗ୍‍ଟନରେ, ଫେବୃଆରୀ ୮ରେ ୨ୟ ଟ୍ୱେଣ୍ଟି୨୦ ଅକ୍‍ଲାଣ୍ଡରେ ଓ ଫେବୃଆରୀ ୧୦ରେ ୩ୟ ଟ୍ୱେଣ୍ଟି୨୦ ହାମିଲଟନରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଟ୍ୱେଣ୍ଟି୨୦ ସିରିଜ ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡର ମହିଳା କ୍ରିକେଟ ଦଳ ତିନିଟି ଆଇସିସି ଚମ୍ପିଆନସିପ୍‍ ମ୍ୟାଚରେ ପରସ୍ପରକୁ ଭେଟିବେ। ୨୦୨୧ରେ ନ୍ୟୁଜିଲାଣ୍ଡରେ ଆୟୋଜିତ ହେବାକୁ ଥିବା ମହିଳା ବିଶ୍ୱକପ ନିମନ୍ତେ ଏହା ଏକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟଭାବେ ବିବେଚିତ ହେବ।
ପୁରୁଷ ଦଳର ଦିନିକିଆ ମ୍ୟାଚ ଖେଳାଯିବାର ଗୋଟିଏ ଦିନ ପରେ ସେହି ଗ୍ରାଉଣ୍ଡରେ ମହିଳା ଦଳ ଦିନିକିଆ ମ୍ୟାଚ ଖେଳିବ। ନାପିଏର, ମାଉଣ୍ଟ ମାଉଙ୍ଗାନୁଇ ଓ ହାମିଲଟନରେ ଏଭଳି ବନ୍ଦୋବସ୍ତ କରାଯାଇଛି। ତେବେ ପୁରୁଷ ଓ ମହିଳା କ୍ରିକେଟ ଦଳ ଗୋଟିଏ ଗ୍ରାଉଣ୍ଡରେ ସେହିଦିନ ଟ୍ୱେଣ୍ଟି୨୦ ମ୍ୟାଚ ଖେଳିବେ। ଅବଶ୍ୟ ଦୁଇଟି ମ୍ୟାଚର ସମୟ ନିର୍ଘଣ୍ଟ ପୃଥକ ରହିବ। ଷ୍ଟାର ସ୍ପୋର୍ଟସ ସହ ହୋଇଥିବା ଚୁକ୍ତି ଅନୁଯାୟୀ ୱେଲିଙ୍ଗ୍‍ଟନ ଓ ହାମିଲଟନରେ ଟ୍ୱେଣ୍ଟି୨୦ ମ୍ୟାଚ ନ୍ୟୁଜିଲାଣ୍ଡ ସମୟ ରାତି ୮ଟାରେ ଖେଳାଯାଉଥିବାବେଳେ ଅକ୍‍ଲାଣ୍ଡରେ ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ପୁରୁଷ ଦଳର ସମସ୍ତ ଦିନିକିଆ ମ୍ୟାଚ ସ୍ଥାନୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବ।

 

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories