www.samajalive.in
Sunday, December 7, 2025
18.1 C
Bhubaneswar

କ୍ରିମ୍‍ ମକା ଚାଟ୍‍

ଆବଶ୍ୟକ ସାମଗ୍ରୀ
ସିଝା ମକା – ୧କପ
ଟମାଟୋ – ଅଳ୍ପ (କଟା ଯାଇଥିବା)
ଲେମ୍ବୁ ଖଣ୍ଡ – ଗୋଟିଏ
ଜହ୍ନି – କଟା ହୋଇଥିବା ( ଅଳ୍ପ)
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଛଣା ସେଉ – ୨ ଚାମଚ
ଲାଲ ସିମଲା ଲଙ୍କା – ଅଳ୍ପ (କଟା ହୋଇଥିବା)
ଧନିଆପତ୍ର (କଟା ହୋଇଥିବା)- ୨ ଚାମଚ
ଶୁଖିଲା ଲଙ୍କା ମଞ୍ଜି – ଅଳ୍ପ
ବଟର – ୧ ଚାମଚ
ମିଓନିଜ୍‍ – ୨ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗ୍ୟାସରେ ଏକ ପାତ୍ରରେ ବଟର ପକାନ୍ତୁ। ଏବେ ଏଥିରେ ଜହ୍ନି ଓ ଲାଲ ସିମଲା ଲଙ୍କା ପକାଇ ଭାଜନ୍ତୁ। ୧ ମିନିଟ୍‍ ଯାଏଁ ଭାଜନ୍ତୁ। ଏବେ ଏଥିରେ ମକା ପକାଇ ଭାଜନ୍ତୁ। ଏଥିରେ ଲଙ୍କା ଗୁଣ୍ଡ,ଲଙ୍କା ମଞ୍ଜି ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଏକ ପ୍ଲେଟକୁ କାଢନ୍ତୁ। ଏଥିରେ ଛୋଟ ଛୋଟ କଟା ଯାଇଥିବା ଟମାଟୋ, ଲେମ୍ବୁ, ଧନିଆପତ୍ର, ସେଉ, ମିଓନିଜ ପକାଇ ସଜାନ୍ତୁ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories